ଝାଡ଼ଖଣ୍ତ ସରକାଙ୍କ ବଡ଼ ଘୋଷଣା: ବାତ୍ୟା 'ଦାନା' ପାଇଁ ବନ୍ଦ ରହିବ ସ୍କୁଲ

Cyclone Dana: ଝାଡ଼ଖଣ୍ତ ସରକାଙ୍କ ବଡ଼ ଘୋଷଣା । ବାତ୍ୟା 'ଦାନା' ପାଇଁ ଶୁକ୍ରବାର ରାଜ୍ୟର କିଛି ଅଞ୍ଚଳରେ ବନ୍ଦ ରହିବ ସମସ୍ତ ସ୍କୁଲ । ଅକ୍ଟୋବର ୨୪ ରେ ଜାରି କରାଯାଇଥିବା ସରକାରୀ ଆଦେଶ ଅନୁଯାୟୀ, ଭାଇଗାମର ଅଧୀନରେ ଥିବା ପଶ୍ଚିମ ସିଂହଭୂମ, ପୂର୍ବ ସିଂହଭୂମ ଏବଂ ସେରାୟକେଲା-ଖାରସାୱାଁ ଜିଲ୍ଲାରେ ଚାଲୁଥିବା ସମସ୍ତ ସରକାରୀ, କେଜି ଠାରୁ ଦ୍ୱାଦଶ ପର୍ଯ୍ୟନ୍ତ କ୍ଲାସ୍ ଅକ୍ଟୋବର ୨୫ରେ ବନ୍ଦ ରହିବ ।

Cyclone Dana

ଏହାପୂର୍ବରୁ ବୁଧବାର ଝାଡଖଣ୍ଡର ପାଣିପାଗ ବିଭାଗ ବାତ୍ୟା 'ଦାନା'କୁ ନେଇ ଅରେଞ୍ଜ ଆଲର୍ଟ ଜାରି କରିଥିଲା । ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ବିଭାଗ ମଧ୍ୟ ଏ ସମ୍ପର୍କରେ ସମସ୍ତ ଜିଲ୍ଲାର ଡେପୁଟି କମିଶନରଙ୍କୁ ସତର୍କ କରାଇଛି। ରେଳବାଇ ପକ୍ଷରୁ ଅନେକ ଟ୍ରେନକୁ ବାତିଲ କରିଦେଇଛି।

ଅକ୍ଟୋବର ୨୫ ରେ ରାଜ୍ୟର ଦକ୍ଷିଣ-ପୂର୍ବ ଭାଗରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ବ୍ୟତୀତ ଦକ୍ଷିଣ-ପଶ୍ଚିମ ଏବଂ ମଧ୍ୟ ଭାଗରେ ପ୍ରବଳ ବର୍ଷା ହେବାର ଚେତାବନୀ ମଧ୍ୟ ଦିଆଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ବାତ୍ୟା ଦାନା ପ୍ରଭାବରେ ଗୁରୁବାର ରାତିରୁ ଝାଡଖଣ୍ଡର ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଶୁକ୍ରବାର ଦିନ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୧୫ ମିଲିମିଟରରୁ ୨୦୪ ମିଲିମିଟର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ । ରାଞ୍ଚି ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଏହି ଅଞ୍ଚଳରେ ବଜ୍ରପାତ ସହ ବର୍ଷା ଓ ଘଣ୍ଟା ପ୍ରତି ୬୦ କିଲୋମିଟର ବେଗରେ ପବନ ବହିପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+