ପ୍ରବଳ ବର୍ଷା ଯୋଗୁଁ ସ୍କୁଲ ବନ୍ଦ ନେଇ ଘୋଷଣା କଲା ପ୍ରଶାସନ !
ରାଜସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ଆଜି ୩ଟି ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟରେ ପ୍ରବଳ ବର୍ଷା ପାଇଁ ସତର୍କତା ଜାରି କରାଯାଇଛି । କୋଟା, ବୁନ୍ଦି, ବାରନ୍ ପ୍ରତାପଗଡ଼, ଚିତ୍ତୋରଗଡ଼ ଏବଂଝାଲୱାରରେ ପ୍ରବଳ ବର୍ଷା ଯୋଗୁଁ ରେଡ୍ ଆଲର୍ଟ ଜାରି କରାଯାଇଛି । ଜୟସଲମେର, ବାରମେର ଏବଂ ବିକାନେ ବ୍ୟତୀତ ଅନ୍ଅ ସମସ୍ତ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୮ ଜିଲ୍ଲାରେ ଆଜି ସ୍କୁଲ୍ ଏବଂ କଲେଜକୁ ବନ୍ଦ କରିଦିଆଯାଇଛି । ପ୍ରବଳ ବର୍ଷା କାରଣରୁ ଜନଜୀବନକୁ ପ୍ରଭାବିତ କରୁଛି ।
ବର୍ଷା ଏବଂ ବନ୍ୟା ଯୋଗୁଁ ମଧ୍ୟପ୍ରଦେଶକୁ ଯାଉଥିବା ରାଜପଥ ବନ୍ଦ ହୋଇଯାଇଛି । ଅନେକ ଅଞ୍ଚଳରେ ୩ ରୁ ୪ ଫୁଟ ପାଣି ଜମି ରହିଛି । ସମଗ୍ର ରାଜ୍ୟ ଜଳମଗ୍ନ ରହିଛି । ଫଳରେ ପାଣି ଜମା ହେବା ଫଳରେ ବ୍ୟବସାୟୀମାନଙ୍କ ବହୁ କ୍ଷୟକ୍ଷତି ଘଟିଛି ଏବଂ ରାସ୍ତାରେ ଚାଲିବା ମଧ୍ୟ କଷ୍ଟକର ହୋଇପଡିଛି ।

ଏତିକି ନୁହେଁ ବରଂ ସମରାନିଆନର ପାୱାର ଗ୍ରୀଡ୍ ଷ୍ଟେସନରେ ପାଣି ଜମି ରହିବା ଯୋଗୁଁ, ଆଖପାଖ ଅଞ୍ଚଳ ଦୁଇ ଦିନ ଧରି ଅନ୍ଧାରରେ ରହିଛି । ଏହା ସହିତ ଅନେକ ସ୍ଥାନର ଜିଲ୍ଲା ମୁଖ୍ୟାଳୟଙ୍କ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଅଗଷ୍ଟ ୨ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକରେ ଛୁଟି ଘୋଷଣା କରିଛି । ଅନ୍ୟପଟେ ଜିଲ୍ଲା କଲେକ୍ଟରଙ୍କ ନିର୍ଦ୍ଦେଶରେ ସମସ୍ତ ବିଭାଗକୁ ସତର୍କ ସୂଚନା ଜାରେି କରାଯାଇଛି । ଏହା ବ୍ୟତୀତ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ମଧ୍ୟପ୍ରଦେଶର କାଲୋରା ପୋଖରୀ ଭାଙ୍ଗିବାର ସମ୍ଭାବନାକୁ ଦୃଷ୍ଟିରେ ରଖି, ସୀମାନ୍ତ ଗ୍ରାମଗୁଡ଼ିକୁ ଖାଲି କରାଯାଉଛି ।
ଏହାରି ମଧ୍ୟରେ ପ୍ରବଳ ବର୍ଷା ଯୋଗୁଁ ପ୍ରଶାସନ ଲୋକଙ୍କୁ ସତର୍କ ରହିବା ସହିତ ଅତ୍ୟାବଶ୍ୟକ କାମ ନ ପଡିଲେ ବାହାରକୁ ନଯିବାକୁ ଅନୁରୋଧ କରିଛନ୍ତି । ଲୋକଙ୍କ ପାଇଁ ରିଲିଫର ବ୍ୟବସ୍ଥା ଆରମ୍ଭ କରିଛି ପ୍ରଶାସନ । ଏଭଳି ଗମ୍ଭୀର ପରିସ୍ଥିତିରେ ସୁରକ୍ଷାକାରୀ ଟିମକୁ ନିୟୋଜିତ କରାଯାଇଛି ।












Click it and Unblock the Notifications