ଗୁଜରାଟରେ ପ୍ରବଳ ବର୍ଷା: ବିଭିନ୍ନ ଅଞ୍ଚଳ ଜଳବନ୍ଦୀ, ସ୍କୁଲ କଲେଜ ବନ୍ଦ
ଗୁଜରାଟରେ ପ୍ରବଳ ବର୍ଷା ଲାଗିରହିଛି । ପାଣିପାଗ ବିଭାଗ ଅନୁସାରେ, ସୁରତ ସହରରେ ଗତ ୨୪ ଘଣ୍ଟାରେ ୩୪୬ ମିମି ବର୍ଷା ରେକର୍ଡ କରାଯାଇଛି । ପ୍ରବଳ ବର୍ଷାରେ ରାସ୍ତା ନଦୀରେ ପରିଣତ ହୋଇଛି । ତଳିଆ ଅଞ୍ଚଳରେ ପାଣି ପସିଥିବାରୁ ଲୋକ ଜଳବନ୍ଦୀ ହୋଇଛନ୍ତି । ଗତ ୭ ବର୍ଷ ମଧ୍ୟରେ ଗୋଟିଏ ଦିନରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏନଡିଆରଏଫ ଏବଂ ଏସଡିଆରଫ ଟିମ୍ ଫସିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ଗୁଜରାଟର ଅନେକ ଜିଲ୍ଲାକୁ ରେଡ୍ ଏବଂ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସୁରତ, ନବସାରି, ଭାଲସାଡ ଏବଂ ଅମରେଲୀରେ ପ୍ରବଳ ବର୍ଷା ଚେତାବନୀ ଦିଆଯାଇଛି । ପାଣିପାଗ ବୈଜ୍ଞାନିକ ଏହାକୁ ସାଇକ୍ଲୋନିକ ସର୍କୁଲେସନ କାରଣରୁ ମୌସୁମୀ ସକ୍ରିୟ ହୋଇଛି । ଏଥିରେ ୨୮ ଜୁନ୍ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଅହମଦାବାଦ, ଭଦୋଦରା ଏବଂ ଗାନ୍ଧିନଗରରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ତେବେ ପ୍ରବଳ ବର୍ଷାକୁ ଦ୍ଷ୍ଟିରେ ରଖି ପ୍ରଶାସନ ସ୍କୁଲ କଲେଜ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଲୋକମାନଙ୍କୁ ଘରେ ରହିବାକୁ ଅପିଲ କରାଯାଇଛି । ଅନେକ ଗାଡି ପାଣିରେ ବୁଡ଼ି ରହିଛି । ଲୋକମାନଙ୍କୁ ପ୍ରଶାସନ ଟ୍ରାକ୍ଟର ଜରିଆରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛି । ଗୁଜରାଟ ସରକାର ଏଭଳି ଆପତ୍ତକାଳୀନ ସ୍ଥିତିରୁ ମୁକୁଳିବା ପାଇଁ ୨୪ ଘଣ୍ଟିଆ ସକ୍ରିୟ ରହିଛି । ସ୍ବାସ୍ଥ୍ୟ, ବିଜୁଳି ଓ ଅନ୍ୟାନ୍ୟ ଆପତ୍ତକାଳୀନ ସ୍ଥିତି ପାଇଁ ରହିବାକୁ ନିର୍ଦ୍ଦେଶ ଦେଇଛି । ଲୋକମାନଙ୍କୁ ନଦୀ, ନାଳ ପାଖକୁ ଯିବାକୁ ସତର୍କ ରହିବାକୁ ଅପିଲ୍ କରାଯାଇଛି ।












Click it and Unblock the Notifications