School Jobs Scam: ପଶ୍ଚିମବଙ୍ଗ ସରକାରଙ୍କୁ ବଡ଼ ଆଶ୍ବସ୍ତି

ପଶ୍ଚିମବଙ୍ଗ ସରକାର ଓ ଶିକ୍ଷକଙ୍କୁ ଆଶ୍ବସ୍ତି। ଦୁର୍ନୀତିର ଛିଟା ଲାଗି ନଥିବା ନବମରୁ ଦ୍ବାଦଶ ଶ୍ରେଣୀର ସହକାରୀ ଶିକ୍ଷକମାନେ ପରବର୍ତ୍ତୀ ଚୟନ ପ୍ରକ୍ରିୟା ସରିବା ଯାଏ ଶିକ୍ଷକତା କରିପାରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଚଳିତ ମାସରେ ଅନିୟମିତତା ଅଭିଯୋଗ ଆଧାରରେ ସେହି ସହକାରୀ ଶିକ୍ଷକଙ୍କ ନିଯୁକ୍ତିକୁ ରଦ୍ଦ କରିଥିଲେ ସରକାର।

ଆସନ୍ତା ମେ ୩୧ ସୁଦ୍ଧା ନୂଆ ଚୟନ ପ୍ରକ୍ରିୟା ସକାଶେ ବିଜ୍ଞପ୍ତି ଜାରି କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏସଂକ୍ରାନ୍ତ ପିଟିସନର ଶୁଣାଣି କରି ଡିସେମ୍ବର ୩୧ ସୁଦ୍ଧା ସମସ୍ତ ଯଥାର୍ଥ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକଙ୍କ ନିଯୁକ୍ତି ରଦ୍ଦ ପ୍ରସଙ୍ଗରେ କଲିକତା ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ ସୁପ୍ରିମକୋର୍ଟ।

Mamata Banerjee

୨୦୧୬ରେ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ ପକ୍ଷରୁ ନିଯୁକ୍ତ ୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକଙ୍କ ନିଯୁକ୍ତିକୁ ରଦ୍ଦ କରିଥିଲେ ହାଇକୋର୍ଟ। ଚାକିରି ଲାଗି ଟଙ୍କା ସ୍କାମ ନେଇ ଅଭିଯୋଗ ହେବା ପରେ ହାଇକୋର୍ଟ ବିରୋଧରେ ମାମଲା ଯାଇଥିଲା ସୁପ୍ରିମକୋର୍ଟ। ପ୍ରଧାନବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଚୟନ ପ୍ରକ୍ରିୟାରେ ଅସାଧୁ ପ୍ରକ୍ରିୟା ସମ୍ପର୍କରେ ଅନୁଧ୍ୟାନ କରିବା ପରେ ନିଯୁକ୍ତି ରଦ୍ଦକୁ ଯଥାର୍ଥ ଦର୍ଶାଇଥିଲେ। ଟଙ୍କା ଦେଇ ଆଶାୟୀମାନେ ଚାକିରି ପାଇଥିବା ହୃଦବୋଧ କରିବା ପରେ କୋର୍ଟ ଏହି ନିଷ୍ପତ୍ତି ନେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+