ଖାଲ ରାସ୍ତାରେ ଦୁର୍ଗା ମାଆ ବେଶରେ ଦୌଡିଲେ ଛାତ୍ରୀ , ଜାଣନ୍ତୁ କାରଣ
ରାସ୍ତାରେ ଥିବା ଖାଲ ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଏହି ଝିଅଟି ଯଥାସମ୍ଭବ ଚେଷ୍ଟା କରିଥିଲେ। ସମସ୍ତେ ତାଙ୍କ ପ୍ରୟାସକୁ ପ୍ରଶଂସା କରୁଛନ୍ତି ।
ବେଙ୍ଗାଲୁରୁ: ଚାଲିଛି ପାର୍ବଣ ଋତୁ । ସାରା ଦେଶରେ ବର୍ତ୍ତମାନ ନବରାତ୍ରୀ ଉତ୍ସବ ପାଳନ ଚାଲିଛି । ଏହି ସମୟରେ ମାଆ ଦୁର୍ଗା ବେଶରେ ଜଣେ କୁନି ଝିଅ ରାସ୍ତାରେ ଦୌଡୁଥିବା ଦେଖିବାକୁ ମିଳିଛି । ତେବେ ଏହାର କାରଣ ହେଉଛି ଏଠିକାର ରାସ୍ତାର ଅବସ୍ଥା । ରାସ୍ତାରେ ଥିବା ଖାଲ ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଏହି ଝିଅଟି ଯଥାସମ୍ଭବ ଚେଷ୍ଟା କରିଥିଲେ। ସମସ୍ତେ ତାଙ୍କ ପ୍ରୟାସକୁ ପ୍ରଶଂସା କରୁଛନ୍ତି ।


ହର୍ଷିତା ଏବଂ ତାଙ୍କ ପରିବାର ଏକ ଅନନ୍ୟ ଉପାୟରେ ରାସ୍ତାର ଖରାପ ଅବସ୍ଥା ପ୍ରତି ଦୃଷ୍ଟି ଆକର୍ଷଣ କରିବା ପାଇଁ ନବରାତ୍ରୀ ଅବସର ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁର୍ଗା ବନିଥିବା ହର୍ଷିତା କହିଛନ୍ତି ଯେ ''ରାସ୍ତାର ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ। ଯେତେବେଳେ ଆମେ ପ୍ରତିଦିନ ଅଟୋରେ ବିଦ୍ୟାଳୟକୁ ଯିବାଆସିବା କରୁ ଏହି ଖାଲରେ ପଡିବାର ଭୟ ରହିଥାଏ । କାଦୁଅ ପାଣିରେ କେହି ବି କେତେବେଳେ ପଡିପାରେ । ଅନେକ ମୋଟରସାକେଲ ଓ ଚାଲିକି ଯାଉଥିବା ଲୋକେ ଅଧିକ ଅସୁବିଧା ଭୋଗୁଥିବା ଦେଖିଥିଲି । ଏହାର ସମାଧାନ ନେଇ ପରିବାର ସହିତ କଥା ହେବା ପରେ ଏହି ଅନନ୍ୟ ଉପାୟ ବିଷୟରେ ଶେଷରେ ନିଷ୍ପତ୍ତି ନେଇଥିଲୁ । ''












Click it and Unblock the Notifications