ଓଲଟିଲା ସ୍କୁଲ ବସ: ୧୨ରୁ ଅଧିକ ପିଲା ଆହତ

ଶନିବାର ସକାଳେ ଖାରଗୋନ ଜିଲ୍ଲାର ଭିକନଗାଓଁ ଥାନା ଅଞ୍ଚଳର ଗୋବିନ୍ଦପୁରା ଗାଁ ନିକଟରେ ଏକ ସ୍କୁଲ ବସ୍ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ୧୨ରୁ ଅଧିକ ପିଲା ଆହତ ହୋଇଛନ୍ତି। ସୌଭାଗ୍ୟବଶତଃ କୌଣସି ମୃତାହତ ହୋଇନାହିଁ। ସମସ୍ତ ଆହତ ପିଲାଙ୍କୁ ତୁରନ୍ତ ଭିକନଗାଓଁ ହସ୍ପିଟାଲକୁ ପଠାଯାଇଥିଲା ।

ଡାକ୍ତରଙ୍କ କହିବା ଅନୁଯାୟୀ, ପିଲାମାନେ ସାମାନ୍ୟ ଆଘାତ ପାଇଛନ୍ତି ଏବଂ ସେମାନଙ୍କ ଅବସ୍ଥା ସ୍ଥିର ଅଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ବସ୍‌ଟି ଦ୍ରୁତ ଗତିରେ ଆସୁଥିଲା ଏବଂ ଏକ ମୋଡ଼ରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ୍‌ଟିକୁ ରାସ୍ତା କଡ଼କୁ ହଟାଇ ଦେଇଥିଲା।ଭିକନଗାଓଁ ପୋଲିସ ଷ୍ଟେସନ କହିଛି ଯେ ଦୁର୍ଘଟଣାରେ କୌଣସି ପିଲା ଗୁରୁତର ଆହତ ହୋଇନାହାଁନ୍ତି।

road accident

ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଘରକୁ ପଠାଇ ଦିଆଯାଇଛି। ବସ୍‌ଟିକୁ ଜବତ କରାଯାଇଛି ଏବଂ ତଦନ୍ତ ଆରମ୍ଭ କରାଯାଇଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ସ୍କୁଲ ପରିଚାଳନା ମଧ୍ୟ ଡାକ୍ତରଖାନାକୁ ଯାଇ ପିଲାମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+