Get Updates
Get notified of breaking news, exclusive insights, and must-see stories!

ଭାରତର ରାଷ୍ଟ୍ରପତି ନାଁରେ ନକଲି ସୋସିଆଲ ମିଡିଆ ଆକାଣ୍ଟ, ମାଗିଲେ OTP

President Murmu Fake Facebook Account: ଭାରତର ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ନାଁରେ ନକଲି ସୋସିଆଲ ମିଡିଆ ଆକାଣ୍ଟ ।ଫେସବୁକ୍ ପୋଷ୍ଟର ଡିଟେଲ୍ସ ଯାଞ୍ଚ କରିବା ପରେ ତଦନ୍ତ ଆରମ୍ଭ କରିଥି ରାଞ୍ଚୀ ପୋଲିସ । ନିକଟରେ ଝାଡଖଣ୍ତର ହଜାରୀବାଗ ସ୍ଥିତ ମଣ୍ଟୁ ସୋନୀଙ୍କ ଫେସବୁକ ନିକଟକୁ ଏକ ଫ୍ରେଣ୍ତ ରିକ୍ୱେଷ୍ଟ ନୋଟିଫିକେସନ୍ ଆସିଥିଲା । ଯେଉଁଥିରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ପ୍ରୋଫାଇଲ୍ ଫଟୋ ସହ ମହାମହିମଙ୍କ ନାଁ ମଧ୍ୟ ଥିଲା ।

ଖାଲି ଏତିକି ନୁହେଁ, ଏହା ପରେ ଏହି ଫେକ୍ ଆକାଉଣ୍ଟକୁ ମଣ୍ଟୁଙ୍କ ନିକଟକୁ ମେସେଞ୍ଜରରେ ଏକ ମ୍ୟାସେଜ୍ ମଧ୍ୟ ଆସିଥିଲା । ଯେଉଁଥିରେ ଲେଖାଯାଇଥିଲା ଜୟ ହିନ୍ଦୀ, ଆପଣ କେମିତି ଅଛନ୍ତି । ମୁଁ ଖୁବ୍ କମ୍ ଫେସବୁକ୍ ବ୍ୟବହାର କରୁଛି, ମୋତେ ଆପଣଙ୍କ ହ୍ୱାଟ୍ସଆପ୍ ନମ୍ବର ଦିଅନ୍ତୁ । ରାଷ୍ଟ୍ରପତିଙ୍କ ସୋସିଆଲ ମିଡିଆରୁ ଏପରି ମେସେଜ୍ ପାଇଁ ମଣ୍ଟୁ ଖୁବ୍ ଖୁସି ହୋଇଯାଇଥିଲେ । ହେଲେ ପରେ ଉକ୍ତ ଫେକ୍ ଆକାଉଣ୍ଟରୁ ଆଉ ଏକ ମେସେଜ୍ ଆସିଥିଲା ଯେଉଁଥିରେ ଲେଖାଯାଇଥିଲା ଆମେ ଆପଣଙ୍କ ନମ୍ବର ସେଭ୍ କରିସାରିଛୁ ଏବଂ ଆପଣଙ୍କୁ ପାଖକୁ ଏକ କୋଡ୍ ଯାଇଥିବା। ଏହି କୋଡଟିକୁ ଆମକୁ ପଠାନ୍ତୁ । ଏପରି ମେସେଜ୍ ଦେଖି ମଣ୍ଟୁଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା ।

President Murmu Fake Facebook Account

ଯାହା ପରେ ମଣ୍ଟୁ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏହି ମେସେଜର ସ୍କ୍ରିନ୍ ସଟ୍ ସେୟାର କରି ଝାଡଖଣ୍ତ ପୋଲିସ ଓ ରାଷ୍ଟ୍ରପତି ଭବନକୁ ଟ୍ୟାଗ୍ କରି ଏହି ଘଟଣାର ଯାଞ୍ଚ ପାଇଁ ଅନୁରୋଧ କରିଥିଲେ । ଯାହା ପରେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ଝାଡଖଣ୍ତ ପୋଲିସ ଏବଂ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+