ମୁଁ ମୋଗଲ୍ ସାମ୍ରାଜ୍ୟର ବୋହୂ, ମୋତେ ଦିଅ ଲାଲ କିଲ୍ଲା, କୋର୍ଟ କହିଲେ....
ଲାଲ୍ କିଲା ଉପରେ ମାଲିକାନା ପାଇଁ ଦାବି କରିଥିବା ଜଣେ ମହିଳାଙ୍କ ଆବେଦନକୁ ସୁପ୍ରିମ୍କୋର୍ଟ ଖାରଜ କରିଛନ୍ତି । ଆବେଦନକାରୀ ହେଉଛନ୍ତି ରଜିୟା ସୁଲତାନା ବେଗମ୍ । ତାଙ୍କର ଦାବି ଯେ ସେ ଶେଷ ମୋଗଲ ବାଦ୍ଶାହ ବାହାଦୁର ଶାହ ଜଫରଙ୍କ ଅଣନାତି ମିର୍ଜା ବେଦାର ବଖ୍ତଙ୍କ ପତ୍ନୀ । ଆଇନଗତ ଉତ୍ତରାଧିକାରୀ ହୋଇଥିବାରୁ ରଜିୟା ନିଜ ଆବେଦନରେ ଲାଲ୍ କିଲାକୁ ତାଙ୍କୁ ଫେରାଇବାକୁ ନଚେତ୍ ୧୮୫୭ ମସିହାରୁ ଆଜି ପର୍ଯ୍ୟନ୍ତ କ୍ଷତିପୂରଣ ଦେବାକୁ କୋର୍ଟରେ ଦାବି କରିଥିଲେ । ପ୍ରଧାନ ବିଚାରପତି ସଂଜୀବ ଖାନ୍ନା ଓ ଜଷ୍ଟିସ୍ ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ଏହି ଆବେଦନକୁ ଭୁଲ ଓ ନିରାଧାର ବୋଲି ସ୍ପଷ୍ଟ କରିଛନ୍ତି ।
ଆବେଦନକାରୀ ହେଉଛନ୍ତି ରଜିଆ ସୁଲତାନା ବେଗମ। ମହିଳା ଜଣକ ନିଜକୁ ମୋଗଲ ସମ୍ରାଟ ବାହାଦୁର ଶାହ ଜାଫରଙ୍କ ବଂଶଧର ବୋଲି ଦାବି କରିଥିଲେ ଏବଂ ତାଙ୍କ ବଂଶଧର ଭାବେ ଲାଲକିଲ୍ଲାର ଅଧିକାର ମଧ୍ୟ ଦାବି କରିଥିଲେ। ତେବେ ଏହି ଆବେଦନକୁ ସମ୍ପୂର୍ଣ୍ଣ ଭୁଲ ବୋଲି ଦର୍ଶାଇ ଖାରଜ କରିଥିଲେ ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନା ଏବଂ ବିଚାରପତି ପିଭି ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, "କେବଳ ଲାଲକିଲ୍ଲା କାହିଁକି ଦାବି କରୁଛନ୍ତି? ଫତେପୁର ସିକ୍ରି କାହିଁକି ନୁହେଁ? ସେମାନଙ୍କୁ ମଧ୍ୟ କାହିଁକି ବାଦ ଦିଆଯିବା ଉଚିତ୍?

ଆବେଦନକାରୀ ହେଉଛନ୍ତି ରଜିଆ ସୁଲତାନା ବେଗମ। ମହିଳା ଜଣକ ନିଜକୁ ମୋଗଲ ସମ୍ରାଟ ବାହାଦୁର ଶାହ ଜାଫରଙ୍କ ବଂଶଧର ବୋଲି ଦାବି କରିଥିଲେ ଏବଂ ତାଙ୍କ ବଂଶଧର ଭାବେ ଲାଲକିଲ୍ଲାର ଅଧିକାର ମଧ୍ୟ ଦାବି କରିଥିଲେ।
୨୦୨୧ ମସିହାରେ ମହିଳା ଜଣକ ପ୍ରଥମ ଥର ପାଇଁ ଦିଲ୍ଲୀ ହାଇକୋର୍ଟରେ ଏହି ଆବେଦନ ଦାଖଲ କରିଥିଲେ। କିନ୍ତୁ ଆବେଦନରେ ୧୬୪ ବର୍ଷ ବିଳମ୍ବ ହୋଇଥିବାରୁ ଏହାକୁ ଖାରଜ କରାଯାଉଥିବା ହାଇକୋର୍ଟ କହିଥିଲେ। ଯାହା ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସିଜେଆଇ ସଞ୍ଜିବ ଖାନ୍ନାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ମଧ୍ୟ ଏହାକୁ ଖାରଜ କରିଦେଇଛନ୍ତି।












Click it and Unblock the Notifications