କେନ୍ଦ୍ର ସରକାର ଏବଂ, ରାଜ୍ୟପାଳଙ୍କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ, ଜାଣନ୍ତୁ ପୁରା ମାମଲା.....

ତାମିଲନାଡୁରେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି କରିବା ଲାଗି ରାଜ୍ୟ ସରକାର ଆଣିଥିବା ଆଇନ ପ୍ରସଙ୍ଗରେ ଶୁକ୍ରବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଓ ୟୁଜିସି (ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ)କୁ ନୋଟିସ ଜାରି କରିଛନ୍ତି। କୁଳପତି ନିଯୁକ୍ତି ନେଇ ରାଜ୍ୟପାଳଙ୍କ କ୍ଷମତା ସଙ୍କୁଚିତ କରିବା ଲାଗି ଆସିଥିବା ଆଇନ ଉପରେ ମାଡ୍ରାସ ହାଇକୋର୍ଟ ରୋକ୍‌ ଲଗାଇବା ପରେ ତାକୁ ତାମିଲନାଡୁ ସରକାର ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଛନ୍ତି ।

SC

ଗତ ମେ ୨୧ରେ ହାଇକୋର୍ଟ କୁଳପତି ନିଯୁକ୍ତି ସଂକ୍ରାନ୍ତ ଆଇନ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ । ଏହି ଆଇନରେ କୁଳପତି ନିଯୁକ୍ତି, ବଦଳି ଓ ବହିଷ୍କାର କରିବାର କ୍ଷମତା ରାଜ୍ୟପାଳଙ୍କ ଠାରୁ କାଢ଼ି ନିଆଯାଇ ରାଜ୍ୟ ସରକାରଙ୍କ ହାତରେ ନ୍ୟସ୍ତ କରାଯାଇଛି। ବିଚାରପତି ପି.ଏସ୍‌ ନରସିହ୍ମା ଓ ବିଚାରପତି ଆର. ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ କେବଳ ୩ ପକ୍ଷଙ୍କୁ ନୋଟିସ୍‌ ଜାରି କରି ଜବାବ ମାଗିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+