ଗୁଜୁରାଟ ବିଶ୍ୱବିଦ୍ୟାଳୟ ମାନହାନି କେସରେ ସଞ୍ଜୟ ସିଂଙ୍କୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ: ମଦ ନୀତି ଦୁର୍ନିତ ମାମଲାରେ ଆମ୍ ଆଦମୀ ପାର୍ଟି (ଆପ୍‌) ଜାମିନରେ ଆସିିଥିବା ସାଂସଦ ସଞ୍ଜୟ ସିଂଙ୍କୁ ସୋମବାର (ଏପ୍ରିଲ ୮) ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଝଟକା ଲାଗିଛି । ଗୁଜୁରାଟ ବିଶ୍ୱବିଦ୍ୟାଳୟ ମାନହାନୀ ମାମଲାରେ ସଞ୍ଜୟ ସିଂଙ୍କ ଆବେଦନକୁ ସୁପ୍ରିମକୋର୍ଟରେ ପ୍ରତ୍ୟାଖ୍ୟାନ କରାଯାଇଛି ।

ନିମ୍ନ ଅଦାଲତରେ ଚାଲିଥିବା ମାମଲା ବାତିଲ କରିବାକୁ ସଞ୍ଜୟ ସିଂ ସର୍ବୋଚ୍ଚ ଅଦାଲତରେ ଏକ ପିଟିସନ ଦାଖଲ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀ ସମ୍ପର୍କରେ ସଞ୍ଜୟ ବିଶ୍ୱବିଦ୍ୟାଳୟ ଉପରେ ମନ୍ତବ୍ୟ ଦେଇଥିଲେ । ଏଥି ସହିତ ଗୁଜୁରାଟ ହାଇକୋର୍ଟ ସଞ୍ଜୟ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ନିମ୍ନ ଅଦାଲତ ଦେଇଥିବା ସମନକୁ ବାତିଲ କରିବାକୁ ମନା କରି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ସମ୍ପର୍କରେ ଗୁଜୁରାଟ ବିଶ୍ୱବିଦ୍ୟାଳୟକୁ ନେଇ ସଞ୍ଜୟ ସିଂ ଏବଂ କେଜ୍ରିୱାଲ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହି କାରଣରୁ ବିଶ୍ୱବିଦ୍ୟାଳୟ ତାଙ୍କ ବିରୋଧରେ ଅପରାଧିକ ମାନହାନି ମକଦ୍ଦମା ଦାୟର କରିଥିଲା ।

SANJAYA SINGH

ସଞ୍ଜୟ ଗୁଜୁରାଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦାଏର ହୋଇଥିବା ମାନହାନୀ ମାମଲାରେ ଗୁଜୁରାଟର ଏକ କୋର୍ଟ ଦ୍ୱାରା ଜାରି ହୋଇଥିବା ସମନକୁ ଚ୍ୟାଲେଞ୍ଜ ଦେଇଥିଲେ । ଗୁଜୁରାଟ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ପୀୟୂଷ ପଟେଲ ସଞ୍ଜୟ ସିଂ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ମାନହାନୀ ମାମଲା ଦାଏର କରିଥିଲେ । ଏହା ପୂର୍ବରୁ ଗୁଜୁରାଟ ହାଇକୋର୍ଟଙ୍କ ପକ୍ଷରୁ ଆଇଟିଆଇ ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଡିଗ୍ରୀ ବିଷୟରେ ସୂଚନା ଉପଲବ୍ଧ କରାଇବା ନେଇ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଆଦେଶକୁ ଖାରଜ କରିଦେଇଥିଲେ । ଏହା ପରେ ଏହି ମାମଲା ଦାଏର କରାଯାଇଥିଲା ।

ଜାନୁୟାରୀରେ ସୁପ୍ରିମକୋର୍ଟ କେଜ୍ରିୱାଲ ଏବଂ ସଞ୍ଜୟଙ୍କ ବିରୋଧରେ ମାନହାନୀ ଅଭିଯୋଗ ଉପରେ ଟ୍ରାଏଲ୍ କୋର୍ଟରେ ଶୁଣାଣି ରୋକି ଦେଇଥିଲେ । ପୀୟୁଷ ପଟେଲଙ୍କ ପକ୍ଷରୁ ଦାଏର କରାଯାଇଥିବା ଅଭିଯୋଗ ଅନୁସାରେ ଉଭୟ ନେତା ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀକୁ ନେଇ ପ୍ରଶ୍ନ ଉଠାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+