ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ସମ୍ବିଧାନରୁ ହଟିବ ନାହିଁ ‘ଧର୍ମନିରପେକ୍ଷ’ ଓ ‘ସମାଜବାଦୀ’ ଶବ୍ଦ
ନୂଆଦିଲ୍ଲୀ: ସୋମବାର ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି । ସମ୍ବିଧାନର ପ୍ରସ୍ତାବନାରେ ୧୯୭୬ରେ ପାରିତ ହୋଇଥିବା ୪୨ ତମ ସଂଶୋଧନ ଅନୁଯାୟୀ "ସମାଜବାଦୀ" ଏବଂ "ଧର୍ମନିରପେକ୍ଷ" ଶବ୍ଦକୁ ହଟାଇବାକୁ ଚ୍ୟାଲେଞ୍ଜ କରାଯାଇଥିବା ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି ।
ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ଵାଧୀନ କଂଗ୍ରେସ ସରକାର ସମୟରେ ୧୯୭୬ ମସିହାରେ ସମ୍ବିଧାନ ସଂଶୋଧନ ଜରିଆରେ ଏଥିରେ 'ସମାଜବାଦୀ', 'ଧର୍ମନିରପେକ୍ଷ' ଓ 'ଅଖଣ୍ଡତା' ଶବ୍ଦକୁ ଯୋଡ଼ାଯାଇଥିଲା। ହେଲେ 'ସମାଜବାଦୀ' ଓ 'ଧର୍ମନିରପେକ୍ଷ' ଶବ୍ଦ ହଟାଇବାକୁ ନିକଟରେ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ ବିଜେପିର ପୂର୍ବତନ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟନ ସ୍ଵାମୀ, ସମାଜ ସେବୀ ବଳରାମ ସିଂହ ଓ ଆଇନଜୀବୀ ଅଶ୍ଵିନୀ ଉପାଧ୍ୟାୟ। ଶୁକ୍ରବାର ଏହି ମାମଲା ଉପରେ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ। ହେଲେ ଆଜି ଏହି ପିଟିସନ ଗୁଡ଼ିକୁ ଖାରଜ କରି ଏତେ ବର୍ଷ ପରେ କାହିଁକି ଏହି ମାମଲାକୁ ଗୁରୁତ୍ଵ ଦେବାକୁ ଚେଷ୍ଟା କରାଯାଉଛି ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନା ପ୍ରଶ୍ନ କରିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ପିଭି ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ କହିଛନ୍ତି ଯେ ସଂସଦର ସଂଶୋଧନ କ୍ଷମତା ପ୍ରସ୍ତାବନା ପର୍ଯ୍ୟନ୍ତ ବି ରହିଛି। କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ପ୍ରସ୍ତାବନା ଗୃହୀତ ହେବାର ତାରିଖ ପ୍ରସ୍ତାବନାରେ ସଂଶୋଧନ ପାଇଁ ସଂସଦର କ୍ଷମତାକୁ ସୀମିତ କରେ ନାହିଁ। ଏହାକୁ ଆଧାର କରି କୋର୍ଟ ଆବେଦନକାରୀଙ୍କ ଯୁକ୍ତିକୁ ଖାରଜ କରିଦେଇଛନ୍ତି। ଏତେ ବର୍ଷ ପରେ କାହିଁକି ଏହି ମାମଲାକୁ ଗୁରୁତ୍ବଦେବାକୁ ଚେଷ୍ଟା କରାଯାଉଛି ବୋଲି ପ୍ରଧାନ ବିଚାରପତି ଏହି ମାମଲାରେ ମନ୍ତବ୍ୟ ଦେଇଛନ୍ତି।












Click it and Unblock the Notifications