ହେମନ୍ତ ସୋରେନଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି , ବଳବତ୍ତର ରହିବ ଜାମିନ
ରାଞ୍ଚି: ହେମନ୍ତ ସୋରେନଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଆଶ୍ୱସ୍ତି ମିଳିଛି । ସୋରେନଙ୍କ ଜାମିନ ବଳବତ୍ତର ରହିବ । ଜାମିନ ଆଦେଶରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ଏହା ସହ ସୁପ୍ରିମକୋର୍ଟ ହେମନ୍ତ ସୋରେନଙ୍କୁ ହାଇକୋର୍ଟରୁ ମିଳିଥିବା ଜାମିନ ବିରୋଧରେ ଇଡିର ପିଟିସନକୁ ଖାରଜ କରିଛନ୍ତି ।

ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଜାମିନ ଆଦେଶ ବିରୋଧରେ ଇଡି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲା । ସୁପ୍ରିମକୋର୍ଟ କହିଛନ୍ତି ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଏକ ଭଲ ନିଷ୍ପତ୍ତି । ବିଚାରପତି ଏକ ଯୁକ୍ତିସଙ୍ଗତ ରାୟ ଦେଇଛନ୍ତି । ଆମେ ଏହି ଆଦେଶରେ ହସ୍ତକ୍ଷେପ କରିବାକୁ ଇଚ୍ଛୁକ ନୁହଁ । ସୁଚନାନୁସାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ର ନେତା ହେମନ୍ତ ସୋରେନଙ୍କୁ ଜମି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଇଡି ଜାନୁୟାରୀ ୩୧ରେ ଗିରଫ କରିଥିଲା । ଗିରଫ ପୂର୍ବରୁ ହିଁ ସୋରେନ ରାଜ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ହାଇକୋର୍ଟରୁ ଜାମିନ ପାଇବା ପରେ ସେ ଜୁଲାଇ ୪ରେ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇଥିଲେ ।












Click it and Unblock the Notifications