Get Updates
Get notified of breaking news, exclusive insights, and must-see stories!

କଫ୍‌ ସିରପ୍‌ ପିଇ ଶିଶୁଙ୍କ ମୃତ୍ୟୁ ଘଟଣା;ସିବିଆଇ ତଦନ୍ତ ଦାବି କରି.....

ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲାରେ ବିଷାକ୍ତ କଫ୍‌ ସିରପ୍‌ ପିଇ ୧୪ ଶିଶୁଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରି ସୁପ୍ରିମ୍‌କୋର୍ଟରେ ଆଜି ଏକ ଆବେଦନ କରାଯାଇଛି। ଆଇନଜୀବୀ ବିଶାଲ ତିୱାରୀଙ୍କ ଦ୍ବାରା ଏହି ଆବେଦନ କରାଯାଇଛି। ଦେଶବ୍ୟାପୀ ବିଷାକ୍ତ କଫ୍‌ ସିରପ୍‌ ବନ୍ଦ କରିବା ସହ ସମସ୍ତ ସିରପ୍‌ର ବାଧ୍ୟତାମୂଳକ ପରୀକ୍ଷଣ ପାଇଁ ଆବେଦନରେ ଦର୍ଶାଯା‌ଇଛି।

ଅନ୍ୟ ରାଜ୍ୟରେ ଏଭଳି ଘଟଣା ଘଟିଥିବା ଦର୍ଶାଇ ତିୱାରୀ ଜ‌ଣେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତିଙ୍କ ତତ୍ତ୍ବାବଧାନରେ ଏହି ଘଟଣାର ତଦନ୍ତ କରିବାପାଇଁ ଅନୁରୋଧ କରିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ଦେବାପାଇଁ ମଧ୍ୟ ଆବେଦନରେ ଅନୁରୋଧ କରାଯାଇଛି। ଏ ସମ୍ବିଧାନର ଧାରା ୨୧ ଅନୁଯାୟୀ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଏବଂ ଜୀବନର ଅଧିକାରକୁ ଉଦ୍ଧୃତ କରି କୁହାଯାଇଛି ଏହି ଅଧିକାର ନିଶ୍ଚିତ କରେ ଯେ ଆରୋଗ୍ୟ ପାଇଁ ଉଦ୍ଦିଷ୍ଟ କୌଣସି ଔଷଧ ମୃତ୍ୟୁର ଉପକରଣ ନହେଉ।

sc

ଉଲ୍ଲେଖଯୋଗ୍ୟ, ଛିନ୍ଦୱାଡ଼ାରେ କଫ୍‌ ସିରପ୍‌ ପାଇଁ ୧୫ ବର୍ଷରୁ କମ୍‌ ବୟସର ୧୪ ଶିଶୁଙ୍କ ମୃତ୍ୟୁ ହେବାପ‌ରେ ଉକ୍ତ ଘଟଣାର ସିବିଆଇ ତଦନ୍ତ ଦାବି କରି କୋର୍ଟରେ ଏକ ଆବେଦନ ହୋଇଛି। ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ଯେ କଫ୍‌ ସିରପ୍‌ ପିଇଥିବା ଏକାଧିକ ଶିଶୁଙ୍କ କିଡ୍‌ନି ଫେଲ୍‌ ହୋଇଯିବାରୁ ମାତ୍ର କିଛି ଦିନ ମଧ୍ୟରେ ୧୪ ଶିଶୁଙ୍କ ମୃତ୍ୟୁ ହୋଇଯାଇଛି। ମହାରା‌ଷ୍ଟ୍ରର ନାଗପୁରରେ ମଧ୍ୟ ଏହି ସମାନ ଘଟଣା ଘଟିଥିବା ଜଣାପଡ଼ିଛି। ସେହିପରି ରାଜସ୍ଥାନରେ ମଧ୍ୟ କଫ୍‌ ସିରପ୍‌ ପିଇ ୨ ଶିଶୁଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+