ଆଦାନି-ହିଣ୍ତେନବର୍ଗ ମାମଲା:୨ ମାସ ମଧ୍ୟ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
ଆଦାନି-ହିଣ୍ତେନବର୍ଗ ମାମଲା । ସୁପ୍ରିମକୋର୍ଟ ଆଜି ସିକ୍ୟୁରିଟି ଆଣ୍ତ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଅଣ୍ତିଆକୁ ଏହି ମାମଲାର ଯାଞ୍ଚ କରି ଏହାକ ରିପୋର୍ଟ ଦୁଇ ମାସ ମଧ୍ୟରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

SC On Adani Hinderburg Case: ଆଦାନି-ହିଣ୍ତେନବର୍ଗ ମାମଲା । ସୁପ୍ରିମକୋର୍ଟ ଆଜି ସିକ୍ୟୁରିଟି ଆଣ୍ତ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଅଣ୍ତିଆକୁ ଏହି ମାମଲାର ଯାଞ୍ଚ କରି ଏହାକ ରିପୋର୍ଟ ଦୁଇ ମାସ ମଧ୍ୟରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହିଣ୍ତେନବର୍ଗ ରିପୋର୍ଟ ଏବଂ ଅଦାନି ଗ୍ରୁପ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ଅନୁସନ୍ଧାନ କରୁଛି ସେବି ।
ଆଦାନୀ ଗ୍ରୁପକୁ ନେଇ ହିଣ୍ତେନବର୍ଗ ଦେଇଥିବା ରିପୋର୍ଟର ଯାଞ୍ଚ କରିବା ପାଇଁ ସୁପ୍ରିମକୋର୍ଟ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ହୋଇଥିବା ବେଞ୍ଚ କହିଛନ୍ତି, ନିୟାମକୁ ସଂସ୍ଥା ସେବି ଏହି ମାମଲାର ଅନ୍ୟାନ୍ୟ ଦିଗ ଉପରେ ଯାଞ୍ଚ କରିବା ପାଇଁ ଉଚିତ୍ । ଷ୍ଟକ୍ ମୂଲ୍ୟରେ ଉଲ୍ଲଂଘନ ଏବଂ ହେରଫେର୍ ହୋଇଛି କି ନାହିଁ ତାର ସଠିକ୍ ଅନୁସନ୍ଧାନ କରିବାର ଆବଶ୍ୟକ ରହିଛି । ଏହି ମାମଲରା ସଠିକ୍ ଅନୁସନ୍ଧାନ ପାଇଁ ସୁପ୍ରିମକୋର୍ଟ ଏକ ବିଶେଷଜ୍ଞ କିମିଟି ଗଠନ କରିଛନ୍ତି । କମିଟିର ମୁଖ୍ୟ ଭାବେ ଅବସରପ୍ରାପ୍ତ ଜଷ୍ଟିସ ଏସ ସାପ୍ରେଙ୍କୁ ସର୍ବୋଚ୍ଚ ନ୍ୟାଳୟ ନିଯୁକ୍ତି କରିଛନ୍ତି ଯେଉଁଥିରେ ଓପି ଭଟ୍ଟ, ଜଷ୍ଟିସ କେ.ପି ଦେବଦତ୍ତ, କେ.ଭି କାମାତ, ନନ୍ଦନ ନିଲକାନି ଏବଂ ସୋମାସେଖର ସୁନ୍ଦରେସନାଙ୍କୁ ଅନ୍ୟ ସଦସ୍ୟ ଭାବେ ମନୋନୀତ କରାଯାଇଛି ।
ଭାରତର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଶୁଣାଣି ସମୟରେ କହିଛନ୍ତି ଯେ, ମାର୍କେଟ ରେଗୁଲେଟର ସେବି ଦୁଇ ମାସ ମଧ୍ୟରେ ଚାଲିଥିବା ତଦନ୍ତ ଶେଷ କରି ସ୍ଥିତି ରିପୋର୍ଟ ଦାଖଲ କରିବା ଉଚିତ। ନିୟମ ଉଲ୍ଲଂଘନ ହୋଇଛି କି ନାହିଁ ଏବଂ ଷ୍ଟକ୍ ମୂଲ୍ୟରେ କୌଣସି ମନିପ୍ୟୁଲେସନ୍ ଅଛି କି ନାହିଁ ତାହା ଯାଞ୍ଚ କରିବାକୁ ସୁପ୍ରିମକୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତରେ କମିଟିକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ କେନ୍ଦ୍ର, ଆର୍ଥିକ ବିଧି ସଂସ୍ଥା, ସେବି ଅଧ୍ୟକ୍ଷଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଥାଉ ଯେ, ସୁପ୍ରିମକୋର୍ଟ ଫେବୃଆରୀ ୧୭ରେ ଏହି ନିଷ୍ପତ୍ତି ସଂରକ୍ଷଣ କରିବାବେଳେ ଏକ ସିଲ୍ କଭରରେ ପ୍ରସ୍ତାବିତ ବିଶେଷଜ୍ଞ ପ୍ୟାନେଲରେ କେନ୍ଦ୍ରର ପ୍ରସ୍ତାବ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ନିବେଶକଙ୍କ ସୁରକ୍ଷା ପାଇଁ ଏହା ସମ୍ପୂର୍ଣ୍ଣ ସ୍ୱଚ୍ଛତା ଚାହୁଁଛି ବୋଲି ବେଞ୍ଚ କହିଛି । ସେହିପରି ଆଦାନି-ହିଣ୍ତେନବର୍ଗ ପ୍ରସଙ୍ଗରେ କୋର୍ଟ ରାୟ ଆସିବା ପୂର୍ବରୁ ଏହି ପ୍ରସଙ୍ଗରେ କୌଣସି ରିପୋର୍ଟିଂ ନକରିବା ପାଇଁ ସୁପ୍ରିକୋର୍ଟରେ ଆବେଦନ ହୋଇଥିଲା । ଆଇନଜୀବୀ ଏମ୍ ଏଲ୍ ଗଣମାଧ୍ୟମ ଉପରେ ଅଙ୍କୁଳ ଲଗାଇବା ପାଇଁ କୋର୍ଟରେ ଆବେଦନ କରିଥିଲେ ହେଲେ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି । ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇବାପାଇଁ ନିର୍ଦ୍ଦେଶ ଆମେ ଦେଇପାରିବୁ ନାହିଁ ବୋଲି ଖଣ୍ତପୀଠ କହିଛନ୍ତି ।












Click it and Unblock the Notifications