ମନୀଷ ସିସୋଦିଆ ଜାମିନ ଆବେଦନ ଉପରେ CBI-EDକୁ ସୁପ୍ରିମକୋର୍ଟଙ୍କ ନୋଟିସ
Manish Sisodia Bail Heating: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ମଙ୍ଗଳବାର ଦିନ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଦିଲ୍ଲୀ ଲିକର ପଲିସି ମାମଲାରେ ଜେଲରେ ଥିବା ସିସୋଦିଆଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ସିବିଆଇ ଏବଂ ଇଡିଙ୍କୁ ନୋଟିସ ଜାରି କରିଛନ୍ତି। ଉଭୟ ଅନୁସନ୍ଧାନକାରୀ ଏଜେନ୍ସି ଦ୍ୱାରା ପଞ୍ଜୀକୃତ ହୋଇଥିବା ମାମଲାରେ ମନୀଷ ସିସୋଡିଆ ଜାମିନ ଆବେଦନ କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ବର୍ତ୍ତମାନ ଜୁଲାଇ 29 ରେ ହେବ।

ମଦ ଦୁର୍ନୀତି ମାମଲରେ ସିସୋଦିଆଙ୍କ ବିରୋଧରେ ଇଡି ଏକ ମାମଲା ରୁଜୁ କରିଥିବାବେଳେ ସିବିଆଇ ଦୁର୍ନୀତି ମାମଲାରେ AAP ନେତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଦିଲ୍ଲୀ ମଦ ଦୁର୍ନିତୀ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଜେଲରେ ଅଛନ୍ତି। ଏହି ମାମଲାରେ ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ମଧ୍ୟ ଜେଲ ଯାଇଛନ୍ତି ଏବଂ ବର୍ତ୍ତମାନ ଜାମିନରେ ଅଛନ୍ତି।
ଗତ ବର୍ଷ ଅକ୍ଟୋବରରେ କୋର୍ଟ କହିଥିଲେ ଯେ ଯଦି ଏହି ମାମଲା ଆଗକୁ ନ ଯାଏ ତେବେ ସିସୋଦିଆ ଜାମିନ ଆବେଦନ କରିପାରିବେ। ସିସୋଦିଆଙ୍କ ଓକିଲଙ୍କ ଯୁକ୍ତି ଶୁଣିବା ପରେ ସର୍ବୋଚ୍ଚ କୋର୍ଟ ବେଞ୍ଚ ଉଭୟ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଯଥା ଇଡି ଏବଂ ସିବିଆଇକୁ ନୋଟିସ୍ ଜାରି କରି ଏହାର ଉତ୍ତର ମାଗିଥିଲେ। ଜୁଲାଇ 29'ରେ କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବା ନେଇ ସୂଚନା ରହିଛି । ମନିଷ ସିସୋଦିଆ ଗତ ବର୍ଷ ଫେବୃଆରୀ 26 ରେ 'ମନି ଲଣ୍ଡରିଂ ଆକ୍ଟ' (PMLA) ଅଧୀନରେ ଗିରଫ କରାଯାଇଥିଲା । ସେ ଦିଲ୍ଲୀ ସରକାରରେ ଏକ୍ସାଇଜ୍ ମନ୍ତ୍ରୀ ଥିଲେ ।












Click it and Unblock the Notifications