ରାଜସ୍ଥାନ ସରକାରଙ୍କୁ ଏଭଳି କିଛି ପ୍ରଶ୍ନ କଲେ ସୁପ୍ରିମକୋର୍ଟ, କହିଲେ କାହିଁକି.....

ରାଜସ୍ଥାନର କୋଚିଂ ହବ୍‌ କୋଟାରେ ଛାତ୍ର ଆତ୍ମହତ୍ୟା ବଢ଼ୁଥିବାରୁ ସୁପ୍ରିମ୍‌କୋର୍ଟ ଆଜି ଏହି ପ୍ରସଙ୍ଗରେ ରାଜସ୍ଥାନ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଚଳିତ ବର୍ଷ ଏଯାବତ କୋଟାରେ ୧୪ ଛାତ୍ର ଆତ୍ମହତ୍ୟା କରିଥିବା ଶୁଣିବା ପରେ ଜଷ୍ଟିସ ଜେବି ପାର୍ଦିୱାଲା ଏବଂ ଆର୍‌ ମହାଦେବନଙ୍କ ଖଣ୍ଡପୀଠ କହିଛନ୍ତି, ଏହା ଅତ୍ୟନ୍ତ ସାଂଘାତିକ ପ୍ରସଙ୍ଗ।

ଏହି ମାମଲାର ତଦନ୍ତ କରୁଥିବା ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଦ୍ବାରା କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି, ସେ ସଂକ୍ରାନ୍ତରେ କୋର୍ଟ ସରକାରଙ୍କଠାରୁ ବିସ୍ତୃତ ବିବରଣୀ ମାଗିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ଥିବା ଆଇନଜୀବୀଙ୍କୁ ଜଷ୍ଟିସ ପାର୍ଦିୱାଲା ପ୍ରଶ୍ନ କରିଛନ୍ତି, ରାଜ୍ୟ ଭାବେ ଆପଣ କ'ଣ କର୍ତ୍ତବ୍ୟ କରୁଛନ୍ତି? ଏହି ପିଲାମାନେ କାହିଁକି ଆତ୍ମହତ୍ୟା କରୁଛନ୍ତି ଏବଂ କେବଳ କୋଟାରେ କାହିଁକି ଏମିତି ‌ହେଉଛି? ଏଭଳି ସ୍ଥିତିକୁ ରୋକିବା ପାଇଁ ଏ ପର୍ଯ୍ୟନ୍ତ ଉପାୟ ଚିନ୍ତା କରିନାହାନ୍ତି କାହିଁକି?

ଉଲ୍ଲେଖଯୋଗ୍ୟ, ଆଇଆଇଟି ଖଡ଼ଗପୁରର ଜଣେ ଛାତ୍ର ଏବଂ କୋଟାର ଜଣେ ନିଟ୍‌ ଆଶାୟୀଙ୍କ ମୃତ୍ୟୁ ସଂକ୍ରାନ୍ତରେ କୋର୍ଟ ଆଜି ଏକ ଆବେଦନର ଶୁଣାଣି କରୁଥିବା ବେଳେ ଏହି ଟିପ୍ପଣୀ ଦେଇଛନ୍ତି। ତେବେ ନିଟ୍‌ ଆଶାୟୀଙ୍କ ଆତ୍ମହତ୍ୟା ମାମଲାରେ ଏତଲା ରୁଜୁ ହୋଇନଥିବା ଜାଣି ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଚଳିତ ମାସ ଆରମ୍ଭରେ ସୁପ୍ରିମକୋର୍ଟ ଏହି ୨ଟି ଆତ୍ମହତ୍ୟା ମାମଲାରେ ଏତଲା ରୁଜୁ ହୋଇଛି କି ନାହିଁ ତା'ର ବିସ୍ତୃତ ରିପୋର୍ଟ ମାଗିଥିଲେ।

SC grills Rajasthan government over student suicides

ଏକ ଆତ୍ମହତ୍ୟା ମାମଲାରେ ଏତଲା ରୁଜୁ ହୋଇନଥିବା ଜାଣିବା ପରେ କୋର୍ଟ ଏ ନେଇ କୋଟାର ଜଣେ ପୁଲିସ ଅଫିସରଙ୍କୁ ସମନ କରିଛନ୍ତି। ଅନ୍ୟ ଏକ ମାମଲାରେ ଏତଲା ରୁଜୁରେ ବିଳମ୍ବ ହୋଇଥିବାରୁ କୋର୍ଟ କହିଛନ୍ତି, ଏତଲା ରୁଜୁ ହେବାରେ ୪ ଦିନ ବିଳମ୍ବ ହେଲା କାହିଁକି? ଏଗୁଡ଼ିକ ଅତି ସାଂଘାତିକ ମାମଲା। ଏସବୁକୁ ଏତେ ହାଲୁକା ଭାବେ ନିଅନାହିଁ କହି କୋର୍ଟ କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦେଇଛନ୍ତି। କୋଟାରେ ଏଯାବତ ଛାତ୍ର ଆତ୍ମହତ୍ୟାର ବିସ୍ତୃତ ତଥ୍ୟ ରଖିବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+