ସାମ୍ବାଦିକ ରୋହିତ ରଂଜନ ମାମଲା : ଗିରଫଦାରୀ ଉପରେ ସୁପ୍ରିମକୋର୍ଟର ରୋକ୍

ଆଙ୍କର ରୋହିତ ରଂଜନଙ୍କୁ ଆଶ୍ବସ୍ତି । ତାଙ୍କର ଗିରଫଦାରୀ ଉପରେ ସୁପ୍ରିମକୋର୍ଟ ଲାଗାଇଲା ରୋକ୍ । ଏନେଇ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି ।

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଭିଡିଓ ମାମଲାରେ ଘରୋଇ ଟିଭି ଚ୍ୟାନେଲର ଆଙ୍କର ରୋହିତ ରଂଜନଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ତାଙ୍କୁ ମିଳିଛି ଆଶ୍ବସ୍ତି । ବର୍ତ୍ତମାନ ତାଙ୍କୁ ରାଜସ୍ଥାନ କିମ୍ବା ଛତିଶଗଡ ପୋଲିସ କେହି ଗିରଫ କରିପାରିବେ ନାହିଁ ବୋଲି ସୁପ୍ରିମ କୋର୍ଟ ରାୟ ଶୁଣାଇଛନ୍ତି ।

rohit ranjan
ଏଥିସହ ସୁପ୍ରିମକୋର୍ଟ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଏନେଇ ନୋଟିସ ଜାରି କରାଯାଇଛି । ଜଷ୍ଟିସ ଇନ୍ଦିରା ବାନାର୍ଜୀ ଏବଂ ଜେ.କେ. ମହେଶ୍ୱରୀଙ୍କୁ ନେଇ ଗଠିତ ଏକ ବେଞ୍ଚ ରଂଜନଙ୍କ ଆବେଦନ ଉପରେ କେନ୍ଦ୍ର ସରକାର, ଆଟର୍ଣ୍ଣି ଜେନେରାଲଙ୍କ କାର୍ଯ୍ୟାଳୟ ଏବଂ ଅନ୍ୟମାନଙ୍କୁ ନୋଟିସ ଜାରି କରିଛନ୍ତି।

ରାହୁଲ ଗାନ୍ଧୀ ନିଜ ସଂସଦୀୟ କ୍ଷେତ୍ର ଓ୍ବାଇନାଡରେ ତାଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା କରିବା ମାମଲାରେ ବୟାନ ଦେଇଥିଲେ । ରାଜସ୍ଥାନ ଉଦୟପୁର ହତ୍ୟାକାଣ୍ଡ ଘଟଣାରେ ଏହା ରାହୁଲଙ୍କ ପ୍ରତିକ୍ରିୟା ଭାବେ ପ୍ରସାରଣ କରିଥିଲେ ଉପସ୍ଥାପକ ରୋହିତ ରଞ୍ଜନ । ଏହି ଘଟଣାରେ ଆଙ୍କର ରୋହିତଙ୍କ ବିରୋଧରେ ରାଜସ୍ଥାନ, ଛତିଶଗଡ, ଦିଲ୍ଲୀ ଓ ଉତ୍ତର ପ୍ରଦେଶ ସମେତ ଅନ୍ୟ କିଛି ରାଜ୍ୟରେ ମାମଲା ମଧ୍ୟ ରୁଜୁ ହୋଇଥିବା । ପରେ ଉକ୍ତ ଗଣମାଧ୍ୟମ ସଂସ୍ଥା ଏହା ମାନବୀୟ ବୋଲି ତ୍ରୁଟି ସ୍ବୀକାର କରିବା ସହ କ୍ଷମା ମଧ୍ୟ ମାଗିଥିଲେ ।

ତେବେ ସ୍ଥାନୀୟ ପୋଲିସକୁ ସୂଚନା ନଦେଇ ତାଙ୍କୁ ହଠାତ ଗିରଫ କରିବା କେତେ ଦୂର ଠିକ ତାକୁ ନେଇ ଟ୍ବିଟ କରିଥିଲେ ଆଙ୍କର ରୋହିତ । ସେ ଟ୍ବିଟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉତ୍ତର ପ୍ରଦେଶ ପୋଲିସ ଠାରୁ ସୁରକ୍ଷା ମଧ୍ୟ ଚାହିଁଥିଲେ । ହେଲେ ଛତିଶଗଡ ପୋଲିସର ଏକ ଟିମ୍ ରୋହିତ ରଂଜନଙ୍କୁ ଗିରଫ କରିବା ପାଇଁ ହଠାତ ନୋଏଡା ସ୍ଥିତ ଚ୍ୟାନେଲ କାର୍ଯ୍ୟାଳୟରେ ପହଞ୍ଚି ଗିରଫ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+