ବଢିଲା ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଅବଧି
ନୂଆଦିଲ୍ଲୀ: ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ବଢିଲା ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଅବଧି । ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବେ ମେଡିକାଲ ଚିକିତ୍ସା ପାଇଁ ଜେଲ ବାହାରେ ଥିବା ବେଳେ ଏହି ଅବଧି ବୃଦ୍ଧି କରିବା ପାଇଁ ସେ ଆବେଦନ କରିଥିଲେ । ହେଲେ ଇଡି ଏହାକୁ ବିରୋଧ କରି ଅନେକ ଯୁକ୍ତି ରଖିଥିଲା ହେଲେ ସର୍ବୋଚ୍ଚ ଅଦାଲତ ସେପ୍ଟେମ୍ବର ୧ ଯାଏ ଜୈନଙ୍କ ଜାମିନ ଅବଧିକୁ ବୃଦ୍ଧି କରିଛନ୍ତି ।
ସୂଚନାଥାଉ ଯେ, ୨୦୨୨ରେ ସତ୍ୟେନ୍ଦ୍ର ଜୈନ ମନି ଲଣ୍ତରିଂ ମାମଲାରେ ଗିରଫ ହୋଇ ଇଡି ହେଫାଜତରେ ପହିଥିଲେ । ସ୍ୱାସ୍ଥ୍ୟ ବିଗିଡିବାରୁ ପ୍ରଥମେ ତାଙ୍କୁ ୬ ସପ୍ତାହ ପରେ ଏହି ଅବଧି ବୃଦ୍ଧି କରାଯାଇଥିଲା । ଆଜି ଏହାକୁ ସେପ୍ଟେମ୍ବର ୧ ଯାଏ ସୁପ୍ରିମକୋର୍ଟ ପୁଣି ଜାମିନ ଅବଧି ବଢାଇଛନ୍ତି ।

ସତ୍ୟେନ୍ଦ୍ର ଜୈନଙ୍କ ଓକିଲ ଅଭିଷେକ ମନୁ ସିଙ୍ଘଭୀ ଡାକ୍ତରଙ୍କ ପରାମର୍ଶ ପରେ ତାଙ୍କ ଅନ୍ତରୀଣ ଜାମିନ ଅବଧିକୁ ବୃଦ୍ଧି କରିବା ପାଇଁ କୋର୍ଟରେ ଯୁକ୍ତି ରଖିଥିଲେ । ତେବେ, ଗୁରୁତ୍ୱପୂର୍ଣ୍ଣ ସ୍ପାଇନାସ ଅପରେସନ ପରେ ବର୍ତ୍ତମାନ ସତ୍ୟେନ୍ଦ୍ର ଜୈନ୍ କିଛି ପ୍ରମୁଖ ରିହ୍ୟାବ ପ୍ରକ୍ରିୟାରେ ରହିଛନ୍ତି । ତେଣୁ ଚିକିତ୍ସା ପାଇଁ ତାଙ୍କ ଜାମିନ ଅବଧି ବଢାଯାଇଛି ।
ଅନ୍ୟପକ୍ଷରେ ଇଡି ତାଙ୍କ ଜାମିନ ଅବଧିକୁ ବିରୋଧ କରିଥିଲା । ଅନ୍ତରୀଣ ଜାମିନ ଅବଧିକୁ ବୃଦ୍ଧି କରିବା ପାଇଁ ମେଡିକାଲ ପରାମର୍ଶ ଯଥେଷ୍ଟ ନୁହେଁ ବୋଲି ସଂସ୍ଥା ପକ୍ଷରୁ ଦାବି କରାଯାଇଥିଲା । ତାଙ୍କ ଜାମିନକୁ ବିରୋଧ କରି ଅତିରିକ୍ତ ସିଲିସିଟର ଜେନେରାଲ ଏସଭି ରାଜୁ
କହିଥିଲେ, ଜେଲ୍ ଭିତରେ ସେ ସୁଇମିଂ ପୁଲ୍ ଚାହୁଁଛନ୍ତି । ସମସ୍ତ ପାଇଁ ଏହା ଉପଲବ୍ଧ ହୋଇପାରିବ ନାହିଁ' । ଶେଷରେ ସୁପ୍ରିମକୋର୍ଟ ସେପ୍ଟେମ୍ବର ୧ ତାରିଖ ଯାଏ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଅବଧିକୁ ବୃଦ୍ଧି କରାଯାଇଛି ।












Click it and Unblock the Notifications