ପୂଜା ଖେଡକରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ: ଏହି ଦିନ ଦିଲ୍ଲୀ ପୁଲିସ ସମ୍ମୁଖରେ ହେବେ ହାଜର
ସିଭିଲ ସେବା ପରୀକ୍ଷାରେ ଠକେଇ ଏବଂ ଭୁଲ ଭାବରେ ଓବିସି ଏବଂ ଅକ୍ଷମତା କୋଟା ଲାଭ ପାଇବା ଅଭିଯୋଗରେ ଅଭିଯୁକ୍ତ ପୂର୍ବତନ ଆଇଏଏସ ପ୍ରୋବେସନର ପୂଜା ଖେଡକରଙ୍କୁ ମେ ୨ରେ ଦିଲ୍ଲୀ ପୁଲିସ ସମ୍ମୁଖରେ ହାଜର ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ବିଚାରପତି ବି.ଭି. ନାଗାରଥନା ଏବଂ ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦେଶ ଜାରି କରିଛନ୍ତି। ବିଚାରପତି ବି.ଭି. ନାଗାରଥନା ଏବଂ ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହା ମଧ୍ୟ କହିଛନ୍ତି ଯେ ପରବର୍ତ୍ତୀ ଶୁଣାଣି ତାରିଖ ମେ ୨୧ ପର୍ଯ୍ୟନ୍ତ ପୂଜା ଖେଡକରଙ୍କ ବିରୁଦ୍ଧରେ ବଳପୂର୍ବକ କୌଣସି ପଦକ୍ଷେପ ନିଆଯିବ ନାହିଁ।

ସୁପ୍ରିମକୋର୍ଟ ଉଲ୍ଲେଖ କରିଛନ୍ତି ଯେ ଏହି ମାମଲାରେ କୌଣସି ଠୋସ୍ ତଦନ୍ତ ହୋଇନାହିଁ । ତେଣୁ ଏହି ମାମଲାର ତଦନ୍ତ ଶୀଘ୍ର ସମାପ୍ତ କରିବାକୁ ଦିଲ୍ଲୀ ପୁଲିସକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ପୂଜାଙ୍କ ସହ ତାଙ୍କର ବିବାଦ କ'ଣ?
ସୂଚନା ଅନୁସାରେ, ମହାରାଷ୍ଟ୍ର କ୍ୟାଡରର ଟ୍ରେନି ଆଇଏଏସ୍ ଅଫିସର ପୂଜା ଖେଡକର, ପୁଣେ ଜିଲ୍ଲାପାଳ ସୁହାସ ଦାସଙ୍କଠାରୁ ଭିଆଇପି ସୁବିଧା ମାଗିଥିଲେ । ପୂଜା କାର୍ଯ୍ୟରେ ଯୋଗ ଦେବା ମାତ୍ରେ ସେ ଜିଲ୍ଲାପାଳଙ୍କ ଠାରୁ ଏକ କାର୍, ବଙ୍ଗଳା ଏବଂ କର୍ମଚାରୀ ଦାବି କରିଥିଲେ, ଯାହାକୁ ନେଇ ପୁଣେ ଜିଲ୍ଲାପାଳ ସୁହାସ ଦିବାସ ସାଧାରଣ ପ୍ରଶାସନ ବିଭାଗ ଜିଏଡିକୁ ଚିଠି ଲେଖି ପୂଜା ଖେଡକରଙ୍କ ବିଷୟରେ ଅଭିଯୋଗ କରିଥିଲେ। ସୁହାସ ଦିବସ ଗତ ୨୪ ତାରିଖରେ ପୂଜା ଖେଡକରଙ୍କ ବିଷୟରେ ଅଭିଯୋଗ କରିଥିଲେ, ଯେଉଁଥିରେ ଆଇଏଏସ୍ ପୂଜା ଖେଡକରଙ୍କ ପିତା ଦିଲୀପ ଖେଡକରଙ୍କ ଦ୍ୱାରା ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ସୁବିଧା ପାଇଁ ଅଯଥା ଚାପ ସୃଷ୍ଟି କରାଯାଉଥିବା ବିଷୟରେ ଦିବାସ ସାଧାରଣ ପ୍ରଶାସନ ବିଭାଗକୁ କହିଥିଲେ। ଏହା ମଧ୍ୟ ଉଲ୍ଲେଖ କରାଯାଇଥିଲା ଯେ ଜଣେ ପ୍ରୋବେସନାରୀ ଆଇଏଏସ୍ ଅଫିସର ହୋଇଥିଲେ ମଧ୍ୟ ପୂଜା ଖେଡକର ସ୍ୱତନ୍ତ୍ର ସୁବିଧା ଦାବି କରୁଛନ୍ତି।
ଅଡି କାରକୁ ନେଇ ବିବାଦ:
ଏହାବ୍ୟତୀତ ପୂଜା ନିଜ ବ୍ୟକ୍ତିଗତ ଅଡି କାରରେ ଲାଲନୀଳ ଲାଇଟ୍ ଏବଂ ମହାରାଷ୍ଟ୍ର ସରକାରଙ୍କ ନମ୍ବର ପ୍ଲେଟ୍ ମଧ୍ୟ ବ୍ୟବହାର କରୁଛନ୍ତି। ପୂଜା ଖେଡକରଙ୍କୁ ଜୁନ୍ ୩, ୨୦୨୪ରେ ପୁଣେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ସହକାରୀ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଥିଲା। ସୁହାସ ଦିବାସ ତାଙ୍କ ଚିଠିରେ ଲେଖିଛନ୍ତି ଯେ ପୂଜା ଖେଡକରଙ୍କ ବାପା ଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ଅଧିକାରୀମାନଙ୍କୁ କହିଥିଲେ ଯେ, ତାଙ୍କ ଝିଅ ପୂଜା ଖେଡକରଙ୍କ ପହଞ୍ଚିବା ପୂର୍ବରୁ ତାଙ୍କ ପାଇଁ କ୍ୟାବିନ୍, ଘର ଇତ୍ୟାଦିର ବ୍ୟବସ୍ଥା କରାଯାଉ। ଏହାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏତେ ବଢିଯାଇଥିଲା ଯେ ପୂଜା ଖେଡକରଙ୍କୁ ନେଇ ଗୋଟିଏ ପରେ ଗୋଟିଏ ଖୁଲାସା ହେବାରେ ଲାଗିଥିଲା । ଏବେ ସେ ନକଲି କାଗଜପତ୍ର ଆଧାରରେ ୟୁପିଏସସି ପରୀକ୍ଷା ଦେଇଥିବା ଜଣାପଡିଛି ।












Click it and Unblock the Notifications