ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ମହିଳାଙ୍କ ଆର୍ଥିକ ସ୍ଥିତି......

ସ୍ୱାମୀ-ସ୍ତ୍ରୀଙ୍କର ଆର୍ଥିକ ଓ ସାମାଜିକ ସ୍ଥିତି ସମାନ ଥିଲେ ପତ୍ନୀଙ୍କୁ ଭରଣପୋଷଣ ଦେବାର ଆବଶ୍ୟକତା ନାହିଁ । ଜଣେ ମହିଳାଙ୍କ ଆବେଦନ ଉପରେ ଶୁଣାଣିବେଳେ ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ବିଚାରପତି ଜଷ୍ଟିସ୍‌ ଅଭୟ ଏସ୍‌.ଓକା ଓ ଜଷ୍ଟିସ୍‌ ଉଜ୍ଜ୍ୱଳ ଭୂୟାଁଙ୍କର ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ ।

ରାୟରେ ଖଣ୍ଡପୀଠ କହିଥିଲେ, ଆବେଦନକାରୀ ଓ ତାଙ୍କର ସ୍ୱାମୀ ଉଭୟ ଗୋଟିଏ ପଦ(ସହାୟକ ପ୍ରଫେସର)ରେ କାର୍ଯ୍ୟରତ ମହିଳାଜଣକ ଆତ୍ମନିର୍ଭର ହୋଇଥିବାରୁ ନିଜ ଆବଶ୍ୟକତା ପୂରଣ କରିବାରେ ସକ୍ଷମ । ନିଜ ଆୟରେ ସେ ଜୀବନନିର୍ବାହ କରିପାରିବେ । ତେଣୁ ତାଙ୍କ ସ୍ୱାମୀଙ୍କୁ ଭରଣପୋଷଣ ଦେବାର ଆବଶ୍ୟକତା ନାହିଁ । ଏପରିସ୍ଥଳେ ଏହି ଆବେଦନକୁ ଖାରଜ କରାଯାଉଛି ।

supreme court

ମହିଳା ଜଣକର ନିଜସ୍ୱ ରୋଜଗାର ଥିଲେ ମଧ୍ୟ ବିବାହ ବିଚ୍ଛେଦ ପରେ ଭରଣପୋଷଣ ଲାଗି ଆବେଦନରେ ଦାବି କରିଥିଲେ । ସେଥିରେ ଦର୍ଶାଇଥିଲେ ଯେ, ତାଙ୍କ ସ୍ୱାମୀଙ୍କ ଆୟ ମାସିକ ପ୍ରାୟ ୧ ଲକ୍ଷ ହୋଇଥିବାବେଳେ ସେ ୬୦ ହଜାର ଟଙ୍କା ପାଉଛନ୍ତି । ତେଣୁ ସ୍ୱାମୀ ତାଙ୍କୁ ଭରଣପୋଷଣ ପ୍ରଦାନ କରିବା ଉଚିତ୍‌ । ନିମ୍ନ ଅଦାଲତ ଓ ମଧ୍ୟପ୍ରଦେଶ ହାଇକୋର୍ଟ ମହିଳାଙ୍କର ଦାବିକୁ ଖାରଜ କରିଦେବାପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+