ମାଗଣା ଯୋଜନା ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ
ମାଗଣା ଯୋଜନା ନେଇ ବର୍ଷିଲେ ସର୍ବୋଚ୍ଚ ନ୍ୟାୟାଳୟ । ଦେଶରେ ବିଭିନ୍ନ ରାଜ୍ୟରେ ଚାଲିଥିବା ମାଗଣା ଯୋଜନା ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । କହିଛନ୍ତି ଏଭଳି ମାଗଣା ଯୋଜନା ପାଇଁ ଲୋକେ କାମ କରିବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି । ନିକଟରେ ହୋଇଥିବା ଦିଲ୍ଲୀ ନିର୍ବାଚନ ପୂର୍ବରୁ ଆପ, ବିଜେପି ଓ କଂଗ୍ରେସ ଲୋକଙ୍କ ପାଇଁ ଅନେକ ମାଗଣା ଯୋଜନା ଘୋଷଣା କରିଥିଲେ । ତେବେ ସହରାଞ୍ଚଳରେ ଘର ନଥିବା ବ୍ୟକ୍ତିଙ୍କୁ ମାଗଣା ଘର ଦେବା ଯୋଜନା ସମ୍ପର୍କୀତ ଏକ ମାମଲାର ଶୁଣାଣି ବେଳେ ଏଭଳି କହିଛନ୍ତି କୋର୍ଟ । ଏହି ମାମଲାର ଶୁଣାଣିକୁ ୬ ସପ୍ତାହ ଯାଏ ସ୍ଥଗିତ ରଖାଯାଇଛି ।

କୋର୍ଟ କହିଛନ୍ତି ଯେ ଲୋକମାନେ ମାଗଣା ରାସନ ଏବଂ ଟଙ୍କା ପାଉଥିବାରୁ ଆଉ କାମ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଜଷ୍ଟିସ୍ ବି. ଆର.ଗଭାଇ ଏବଂ ଅଗଷ୍ଟିନ ଜର୍ଜ ମାସିହଙ୍କ ଖଣ୍ଡପୀଠ ସହରାଞ୍ଚଳରେ ବାସହୀନ ଲୋକଙ୍କୁ ଘର ପ୍ରଦାନ ସହ ଜଡିତ ଏକ ଆବେଦନର ଶୁଣାଣି କରିଥିଲେ। ଜଷ୍ଟିସ୍ ଗଭାଇ କହିଛନ୍ତି ଯେ ଏହା ଅତ୍ଯନ୍ତ ଦୁର୍ଭାଗ୍ୟବଶତଃ।ଲୋକମାନେ କୌଣସି କାମ ନକରି ମାଗଣା ରାସନ ଏବଂ ଟଙ୍କା ପାଉଛନ୍ତି। ଏହି ମାଗଣା ଯୋଜନା ଯୋଗୁଁ ସେମାନେ କାମ କରିବାକୁ ଇଚ୍ଛୁକ ନୁହଁନ୍ତି। ସରକାର ମାଗଣା ଯୋଜନା ବଦଳରେ ଲୋକଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଉଚିତ ଏବଂ ସେମାନଙ୍କୁ ରାଷ୍ଟ୍ରର ବିକାଶରେ ଯୋଗଦାନ ଦେବା ପାଇଁ ପ୍ରେରଣା ଦେବା ଉଚିତ।












Click it and Unblock the Notifications