ସେନା ଅଧିକାରୀଙ୍କୁ ସୁପ୍ରିମକୋର୍ଟଙ୍କ ସମାଲୋଚନା, କହିଲେ....

ଆପଣ ଜଣେ କ୍ରୋଧୀ ବ୍ୟକ୍ତି, ସେନା ପାଇଁ ଅନୁପଯୁକ୍ତ । ଏଭଳି କହି ମଙ୍ଗଳବାର ସୁପ୍ରିମକୋର୍ଟ ଜଣେ ବହିଷ୍କୃତ ଖ୍ରୀଷ୍ଟିଆନ୍ ସେନା ଅଧିକାରୀଙ୍କୁ ସମାଲୋଚନା କରିଛନ୍ତି । ଗୁରୁଦ୍ଵାରକୁ ଯାଇ ପୂଜା କରିବାକୁ ମନା କରିବାରୁ ଉକ୍ତ ଖ୍ରୀଷ୍ଟିଆନ୍ ସେନା ଅଧିକାରୀଙ୍କୁ ପୂର୍ବରୁ ବହିଷ୍କାର କରାଯାଇଥିଲା ।

ସାଥୀ ଶିଖ୍ ଧର୍ମର ଯବାନମାନଙ୍କ ସହ ଖ୍ରୀଷ୍ଟିଆନ୍ ସେନା ଅଧିକାରୀ ଜଣଙ୍କ ପୂଜା ପାଇଁ ଗୁରୁଦ୍ଵାରକୁ ପ୍ରବେଶ କରି ନଥିଲେ । ଯାହା ପରେ ଭାରତୀୟ ସେନା ଉକ୍ତ ଖ୍ରୀଷ୍ଟିଆନ୍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ବହିଷ୍କୃତ କରିଥିଲେ । ଉକ୍ତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ପଚାରିଛନ୍ତି, "ଆପଣ କେଉଁ ପ୍ରକାର ବାର୍ତ୍ତା ଦେବାକୁ ଚାହୁଁଛନ୍ତି ?"

SUPRME COURT

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, "ସେନା ଅଧିକାରୀଙ୍କ ଏଭଳି ଆଚରଣ ଗ୍ରହଣୀୟ ନୁହେଁ । ତାଙ୍କୁ ବରଖାସ୍ତ କରାଯିବା ଉଚିତ । ଏଭଳି କ୍ରୋଧୀ ବ୍ୟକ୍ତି ସେନାରେ ସ୍ଥାନ ପାଇବାକୁ ଯୋଗ୍ୟ କି ?" ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟ କାନ୍ତଙ୍କ ନେତୃତ୍ଵାଧିନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏଭଳି ମନ୍ତବ୍ୟ ଦେଇଛନ୍ତି ।

ସୁପ୍ରିମକୋର୍ଟ ଆହୁରି କହିଛନ୍ତି, "ହୁଏକ ଅଧିକାରୀ ଜଣଙ୍କ ଭଲ ପ୍ରଦର୍ଶନ କରୁଥାଇ ପାରନ୍ତି କିନ୍ତୁ ସେ ଭାରତୀୟ ସେନା ପାଇଁ ଅନୁପଯୁକ୍ତ । ତାଙ୍କୁ ବରଖାସ୍ତ କରାଯିବା ଦରକାର । ଏବେର ସମୟରେ ସେନା ଉପରେ ଅନେକ ଦାୟିତ୍ଵ ରହିଛି... ଏଭଳି ଭାବିବା ଅନୁଚିତ ।"

ସେନାର ଅନୁଶାସନ ଭାଙ୍ଗିବା ଅଭିଯୋଗରେ ତୃତୀୟ କାଭଲରି ରେଜିମେଣ୍ଟର ପୂର୍ବତନ ଲେଫ୍ଟନାଣ୍ଟ ସାମୁଏଲ୍ କମଲେସନଙ୍କୁ ସେବାରୁ ବରଖାସ୍ତ କରାଯାଇଛି । ଉପରିସ୍ଥ ଅଧିକାରୀ ମନ୍ଦିର ପରିସରରେ ପୂଜା ପାଇଁ ଦେଇଥିବା ନିର୍ଦ୍ଦେଶକୁ ସେ ମାନି ନଥିଲେ । କହିଥିଲେ, "ଏହା ତାଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇବ ।"

ଗତ ମେ ମାସରେ ଦିଲ୍ଲୀ ହାଇକୋର୍ଟ, ଭାରତୀୟ ସେନା ନେଇଥିବା କାର୍ଯ୍ୟାନୁଷ୍ଠାନକୁ ବଳବତ୍ତର ରଖିଥିଲେ । କହିଥିଲେ, "ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ନ ମାନିବା ଗ୍ରହଣଯୋଗ୍ୟ ନୁହେଁ ।" ଏପରିକି କମଲେସନ ସେନାର ନୀତି ଉଲ୍ଲଂଘନ କରିଥିବା କୋର୍ଟ କହିଛନ୍ତି ।

ମଙ୍ଗଳବାର ସୁପ୍ରିମକୋର୍ଟ ଏହି ମାମଲାକୁ ଜମା ବି ଗୁରୁତ୍ଵ ଦେଇ ନାହାନ୍ତି । ଜଷ୍ଟିସ୍ ଜୟମାଳା ବାଗଚୀ କହିଛନ୍ତି, "ଏହି ପୂର୍ବତନ ସୈନିକ ଜଣଙ୍କ ପାଷ୍ଟରଙ୍କ ଉପଦେଶ ମଧ୍ୟ ମାନନ୍ତି ନାହିଁ । ଆପଣଙ୍କ ଧର୍ମ କ'ଣ ଆପଣଙ୍କୁ କ'ଣ ବୁଝାଏ ତାହା ବ୍ୟକ୍ତିଗତ... ଆପଣ ସେନାର ୟୁନିଫର୍ମ ପିନ୍ଧୁଛନ୍ତି ।" ତେବେ ବହିଷ୍କୃତ ଖ୍ରୀଷ୍ଟିଆନ୍ ଅଧିକାରୀଙ୍କ ସପକ୍ଷରେ ତାଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ ବି ନିରର୍ଥକ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+