ସୁପ୍ରିମକୋର୍ଟଙ୍କ ୟୁପି ସରକାରଙ୍କୁ ପ୍ରଶ୍ନ: ଆଶିଷ ମିଶ୍ରଙ୍କୁ କାହିଁକି ଏପର୍ଯ୍ୟନ୍ତ ଗିରଫ କରାଯାଇନି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲଖୀମପୁର ଖିରୀରେ ହୋଇଥିବା ହିଂସାକାଣ୍ଡରେ ସମ୍ପର୍କରେ ସୁପ୍ରିମକୋର୍ଟ ପକ୍ଷରୁ ଆଜି ଦ୍ଵିତୀୟ ଦିନ ପାଇଁ ଶୁଣାଣି ହୋଇଥିଲା। ଉତ୍ତରପ୍ରଦେଶ ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟଳୟ ଏକାଧିକ ପ୍ରଶ୍ନରେ ଘେରିବା ସହ ସରକାରଙ୍କ କାର୍ଯ୍ୟପଦ୍ଧତି ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ୟୁପି ସରକାରଙ୍କ ପକ୍ଷରୁ କେସ ଲଢୁଥିବା ବରିଷ୍ଠ ଆଇନଜୀବୀ ହରିଶ ସାଲଭେଙ୍କୁ ସୁପ୍ରିମ କୋର୍ଟ ପ୍ରଶ୍ନ କରିଥିଲେ ଯେ, ଘଟଣାର ମୁଖ୍ୟ ଆରୋପି ଆଶିଷ ମିଶ୍ରଙ୍କୁ ଏ ପର୍ଯ୍ୟନ୍ତ ଗିରଫ କାହିଁକି କରାଯାଇ ନାହିଁ ? ଏହି ଘଟଣା ଅତ୍ୟନ୍ତ ଗମ୍ଭୀର ବୋଲି କହିଥିଲେ କୋର୍ଟ ।

supreme court

ଅଭିଯୁକ୍ତକୁ କାହିଁକି ଗିରଫ କରାଯାଇନାହିଁ ବୋଲି ପ୍ରଶ୍ନରେ ଆଇନଜୀବି ସରକଙ୍କ ପକ୍ଷରେ ସଫେଇଦେଇଥିଲେ ଯେ, ଶନିବାର ପୂର୍ବାହ୍ନ ୧୧ଟା ସମୟରେ ଅଭିଯୁକ୍ତ ଆଶିଷ ମିଶ୍ର ପୁଲିସ ଆଗରେ ହାଜିର ହେବେ, ଏଥିପାଇଁ ନୋଟିସ ଜାରି କରାଯାଇଛି । ତେବେ ଏଥିରେ ମଧ୍ୟ କୋର୍ଟ ଅସନ୍ତୋଷ ପ୍ରକାଶ କରି କହିଥିଲେ ଯେ, କଣ ସବୁ ଅଭିଯୁକ୍ତଙ୍କୁ ଉତ୍ତର ପ୍ରଦେଶ ପୁଲିସ ନୋଟିସ ଦେବାପରେ ହାଜିର ହେବାକୁ କହିଥାଏ? ଏହି ଘଟଣା ଅତ୍ୟନ୍ତ ଗମ୍ଭୀର ଅଟେ ବୋଲି ସର୍ବୋଚ୍ଚ ନ୍ୟାୟଳୟ ପୁଣି ମତବ୍ୟକ୍ତ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+