Get Updates
Get notified of breaking news, exclusive insights, and must-see stories!

ଆସନ୍ତା ସପ୍ତାହରେ ନିଶିକାନ୍ତଙ୍କ ବିବାଦୀୟ ଟିପ୍ପଣୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ବଢ଼ିପାରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଡୁଆ । ସିଜେଆଇଙ୍କ ଉପରେ ସାଂସଦଙ୍କ ବିବାଦୀୟ ଟିପ୍ପଣୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ। ଆସନ୍ତା ସପ୍ତାହରେ ଆବେଦନ ଉପରେ ଶୁଣାଣି କରିବେ କୋର୍ଟ । ନିଶିକାନ୍ତ ଦୁବେ ସିଜେଆଇ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ନେଇ ବଡ ବୟାନ ଦେଇଥିଲେ । ଏପରିକି ସୁପ୍ରିମକୋର୍ଟଙ୍କ ବିରୋଧରେ ମଧ୍ୟ ବିଜେପି ସାଂସଦ ବିଷୋଦଗାର କରିଥିଲେ ।

ନିଶିକାନ୍ତ କହିଥିଲେ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ସଂସଦରେ ଆଇନ ପ୍ରସ୍ତୁତ କରାଯାଏ । ସଂସଦର ଏହି କ୍ଷମତା ଉପରେ ସୁପ୍ରିମକୋର୍ଟଙ୍କ ବିବାଦ ବଢୁଛି । ଯଦି ସୁପ୍ରିମକୋର୍ଟ ଆଇନ ତିଆରି କରିବେ , ତେବେ ସଂସଦର ଭୂମିକା କ'ଣ ରହିବ ? ତେଣୁ ସଂସଦକୁ ବନ୍ଦ କରିଦେବା ଉଚିତ । ଏଥିସହ ସାଂସଦ କହିଥିଲେ ସିଜେଆଇ ମଧ୍ୟ ନିଜ ଭୂମିକାକୁ ସଜାଡ଼ିବା ଆବଶ୍ୟକ ।

Nishikant Dubey
ଦେଶରେ ସାମ୍ପ୍ରଦାୟିକ ହିଂସା ବଢୁଛି ଓ ଏଥିପାଇଁ ସିଜେଆଇ ଦାୟୀ । ଦେଶକୁ ସୁପ୍ରିମକୋର୍ଟ ଅରାଜକତା ଆଡ଼କୁ ନେବାକୁ ଚାହୁଛନ୍ତି। ବିଲ୍ ଅନୁମୋଦନ ପ୍ରସଙ୍ଗରେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ପାଇଁ ସୁପ୍ରିମକୋର୍ଟ ସମୟଧାର୍ଯ୍ୟ କରିବା ଯଥାର୍ଥ ନୁହେଁ । ୱାକଫ ଆଇନ ଓ ଅନ୍ୟାନ୍ୟ ବିଲରେ କୋର୍ଟ କେବଳ ତର୍ଜମା କରିବା ଉଚିତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+