ସୁପ୍ରିମକୋର୍ଟରେ ଆଫିଡେଭିଟ୍ ଦାଖଲ କଲା ଏସବିଆଇ
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଚେୟାରମ୍ୟାନ୍ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରିଛନ୍ତି ଯେ ସେ ନିର୍ବାଚନ ବଣ୍ଡ ସହ ଜଡିତ ସମସ୍ତ ବିବରଣୀ ନିର୍ବାଚନ ଆୟୋଗଙ୍କୁ ଦେଇଛନ୍ତି। ଏସବିଆଇର ଆଫିଡେଭିଟ୍ରେ କୁହାଯାଇଛି ଯେ ଏହା ୨୧ମାର୍ଚ୍ଚ, ୨୦୨୪ ରେ ଆୟୋଜିତ ହୋଇଥିବା ନିର୍ବାଚନ ବଣ୍ଡ ସହ ଜଡିତ ସମସ୍ତ ଦଲିଲକୁ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିଛି।

ଏସବିଆଇର ଚେୟାରମ୍ୟାନ ଦିନେଶ ଖାରା ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ , ନିର୍ବାଚନ ଆୟୋଗଙ୍କ ନିକଟରେ ଇଲେକ୍ଟୋରାଲ ବଣ୍ଡ କିଣିଥିବା କମ୍ପାନୀର ନାମ, ମୁଲ୍ୟବର୍ଗ ଓ ଇଲେକ୍ଟୋରାଲ ବଣ୍ଡର ବିଶିଷ୍ଠ ସଂଖ୍ୟା ପ୍ରଦାନ କରାଯାଇଛି । ଏହାସହ ଇଲେକ୍ଟୋରାଲ ବଣ୍ଡ ପାଇଥିବା ରାଜନୈତିକ ପାର୍ଟିଙ୍କ ନାମ ଓ ପାର୍ଟିମାନଙ୍କର ବ୍ୟାଙ୍କ ଆକାଉଣ୍ଟର ଶେଷ ୪ଟି ନମ୍ବର ପ୍ରଦାନ କରାଯାଇଛି । ଏହାବ୍ୟତୀତ ନିର୍ବାଚନୀ ବଣ୍ଡ ନେଇ ଅନ୍ୟ କିଛି ତଥ୍ୟ ବ୍ୟାଙ୍କ ପାଖରେ ନଥିବା କଥା ବ୍ୟାଙ୍କ ତରଫରୁ କୋର୍ଟଙ୍କୁ ସୂଚିତ କରାଯାଇଛି ।
ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ନିର୍ବାଚନୀ ବଣ୍ଡକୁ ନେଇ ସମସ୍ତ ତଥ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଛି । ଏହା ଚାନ୍ଦା ପ୍ରଦାନକାରୀ ଓ ଚାନ୍ଦା ପାଇଥିବା ରାଜନୈତିକ ଦଳମାନଙ୍କର ତଥ୍ୟ ବାହାର କରିବାରେ ସହାୟକ ହେବ ।
ମାର୍ଚ୍ଚ ୧୮ ତାରିଖରେ ସୁପ୍ରିମକୋର୍ଟ ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆକୁ କହିଥିଲେ କି ଆମେ ଯେଉଁ ସୂଚନା ପାଇବାକୁ ଚାହୁଁଛୁ ତାହା ଏପର୍ଯ୍ୟନ୍ତ ପ୍ରଦାନ କରାଯାଇନାହିଁ । ଆପଣଙ୍କୁ ଆମେ ଯେଉଁ ସୂଚନା ମାଗିଛୁ ତାହା ଦେବା ପାଇଁ ଆପଣ ବାଧ୍ୟ । ଆପଣଙ୍କୁ ବିସ୍ତାର ଭାବେ ସମସ୍ତ ସୂଚନା ଦେବାକୁ ହେବ । କୋର୍ଟ ଆହୁରି କହିଥିଲେ କି, ଏସବିଆଇକୁ ବଣ୍ଡ ନମ୍ବର ଦେବାକୁ ପଡିବ । ଏହାସହ ବଣ୍ଡ ସହିତ ଜଡିତ ସମସ୍ତ ସୂଚନା ବ୍ୟାଙ୍କକୁ କୋର୍ଟଙ୍କ ନିକଟରେ ପ୍ରଦାନ କରିବାକୁ ପଡିବ ।












Click it and Unblock the Notifications