SBI Service: ଆସନ୍ତା ୩ ଘଣ୍ଟା ପାଇଁ କାମ କରିବନି SBI ଡିଜିଟାଲ୍ ସର୍ଭିସ
ଆସନ୍ତା ୩ ଘଣ୍ଟା ପାଇଁ କାମ କରିବନି SBI ଡିଜିଟାଲ୍ ସର୍ଭିସ । ବାର୍ଷିକ ସମାପନ କାର୍ଯ୍ୟ ପାଇଁ ଡିଜିଟାଲ୍ ସର୍ଭିସ୍ ବନ୍ଦ ରହିବ । ଆଜି ଅପରାହ୍ନ ୧ଟାରୁ ୪ଟା ପର୍ଯ୍ୟନ୍ତ ଡିଜିଟାଲ୍ ସର୍ଭିସ୍ ବନ୍ଦ ରହିବ ।
ଏହି ସମୟରେ UPI ଲାଇଟ୍ ଓ ATM ବ୍ୟବହାର ପାଇଁ ପରାମର୍ଶ । ଉପଭୋକ୍ତାଙ୍କ ପାଇଁ ସୂଚନା ଜାରି କଲା SBI ।

ଉଲ୍ଲେଖଯୋଗ୍ୟ, ଆଜିଠୁ ଆରମ୍ଭ ହୋଇଛି ନୂଆ ଆର୍ଥିକ ବର୍ଷ ୨୦୨୫-୨୬। ଏଥିସହ ବଦଳିଛି ଅନେକ ଆର୍ଥିକ ନିୟମ। ଆୟକର ସ୍ଲାବ୍ ସହ ପୁରୁଣା ପେନସନ ସ୍କିମ୍ ବଦଳରେ କାର୍ଯ୍ୟକାରୀ ହୋଇଛି ୟୁନିଫାଏଡ୍ ପେନସନ୍ ସ୍କିମ୍। GST ନିୟମ ସହ ବହୁ ବ୍ୟାଙ୍କିଙ୍ଗ୍ ନିୟମରେ ବି ପରିବର୍ତ୍ତନ ହୋଇଛି । ବଜେଟରେ ଘୋଷଣା ହୋଇଥିବା ନୂଆ ଆୟକର ନିୟମ ଅନୁସାରେ, ବର୍ଷକୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦେବେନି ଆୟକରଦାତା।
ନିଷ୍କ୍ରିୟ ନମ୍ବରରେ ଆଜିଠୁ ଆଉ UPI ପେମେଣ୍ଟ ହୋଇପାରିବନି ବୋଲି ସୂଚନା ରହିଛି।। ୟୁପିଆଇକୁ ଅଧିକ ସୁରକ୍ଷିତ କରିବା ଲାଗି ଏଭଳି ନିଷ୍ପତ୍ତି ନେଇଛନ୍ତି NCPI। ଏହାଛଡ଼ା କେତେକ କ୍ରେଡିଟ୍ କାର୍ଡ ନିୟମରେ ବି ପରିବର୍ତ୍ତନ ହୋଇଛି।












Click it and Unblock the Notifications