ଝଟକା ପରେ ବୁଝିଲା ଏସବିଆଇ
ସୁପ୍ରିମକୋର୍ଟ ତାଗିଦ ପରେ ବୁଝିଲା ଏସବିଆଇ । ନିର୍ବାଚନ ବଣ୍ଡକୁ ନେଇ ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ଉପରେ କଠୋର ହୋଇଛନ୍ତି ସୁପ୍ରିମକୋର୍ଟ। ନିର୍ବାଚନ ବଣ୍ଡ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବାକୁ ଏସବିଆଇକୁ କୋର୍ଟ ଆଜି ଅପରାହ୍ନ ୫ଟା ପର୍ଯ୍ୟନ୍ତ ସମୟ ଦେଇଛନ୍ତି।
କିନ୍ତୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଦେଖିବାକୁ ମିଳିଛି କି, ଏସବିଆଇର ମୁଖ୍ୟ ପରିଚାଳକଙ୍କ କାର୍ଯ୍ୟାଳୟ ନିର୍ବାଚନ ବଣ୍ଡର ସବିଶେଷ ତଥ୍ୟ ପ୍ରଦାନ ପାଇଁ ନିର୍ବାଚନ ଆୟୋଗଙ୍କ ସହ ଯୋଗାଯୋଗ କରିଛି।

ସୂଚନାନୁସାରେ, ଆଜି ସଂଧ୍ୟା ସୁଦ୍ଧା ଏସବିଆ ଦାତା, ବଣ୍ଡ ନମ୍ବର ଏବଂ କୌଣସି ରାଜନୈତିକ ଦଳ ଦ୍ୱାରା ଏପର୍ଯ୍ୟନ୍ତ କେତେ ଟଙ୍କା ଦିଆଯାଇଛି ସେନେଇ ଆନୁସଙ୍ଗିକ ଦଲିଲ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିବ। କୋର୍ଟଙ୍କ ଆଦେଶ ଅନୁଯାୟୀ, ନିର୍ବାଚନ ଆୟୋଗଙ୍କୁ ମାର୍ଚ୍ଚ ୧୫ ତାରିଖ ଅପରାହ୍ନ ୫ ଟା ସୁଦ୍ଧା ଏହାର ପୋର୍ଟାଲରେ ଏସବିଆଇରୁ ମିଳିଥିବା ସୂଚନାକୁ ସାର୍ବଜନୀନ କରିବାକୁ ପଡିବ।
କୁହାଯାଉଛି ଯେ, ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଜମ୍ମୁ କଶ୍ମିର ଗସ୍ତରେ ଅଛନ୍ତି। ଏଭଳି ପରିସ୍ଥିତିରେ ଏସବିଆଇ ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟକୁ କିପରି ସୂଚନା ଦେବ ତାହା ଜାଣିବା ବାକି ରହିଲା। ସୋମବାର ସୁପ୍ରିମକୋର୍ଟ ଏସବିଆଇକୁ କଡା ନିର୍ଦ୍ଦେଶ ଦେଇଛନ୍ତି ଯେ, ଯଦି ଏହା ପାଳନ ନ ହୁଏ ତେବେ ଏସବିଆଇ କୋର୍ଟ ଅବମାନନାକୁ ସାମ୍ନା କରିବାକୁ ପଡ଼ିବ।












Click it and Unblock the Notifications