ଗ୍ରାହକଙ୍କୁ ସତର୍କ କଲା ଏସବିଆଇ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ.....
ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ନିଜ ଗ୍ରାହକଙ୍କୁ ଏବଂ ସାଧାରଣ ଲୋକଙ୍କ ପାଇଁ ଏକ ପବ୍ଲିକ୍ ନୋଟିସ ଜାରି କରିଛି। ଏଥିରେ ସେ କହିଛି ଯେ, ସୋସିଆଲ ମିଡିଆରେ ବ୍ୟାଙ୍କ ନାମରେ ଅନେକ ଡିପଫେକ୍ ଭିଡିଓ ସେୟାର କରାଯାଉଛି।

ଏହି ଭିଡଓରେ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଯେକୌଣସି ଏକ ନିବେଶ ସ୍କିମ ବିଷୟରେ କହୁଛନ୍ତି। ବ୍ୟାଙ୍କ କହିଛି ଯେ, ତାଙ୍କ ଅଧିକାରୀ କୌଣସି ମଧ୍ୟ ଏଭଳି ସ୍କିମର ପ୍ରଚାର କରନ୍ତି ନାହିଁ, ଯେଉଁଥିରେ ଅଧିକମାତ୍ରାରେ ରିଟର୍ଣ୍ଣ ମିଳିବ। ବ୍ୟାଙ୍କ ଲୋକଙ୍କୁ ଏବଳି ଭିଡିଓଠାରୁ ସତର୍କ ରହିବାକୁ କହିଛନ୍ତି।ଏହି ଭିଡିଓ ଗୁଡ଼ିକରେ ବ୍ୟାଙ୍କର ନିବେଶ ଯୋଜନା ବିଷୟରେ ସୂଚନା ଦିଆଯାଉଛି। ଯାହା ସମ୍ପୂର୍ଣ୍ଣ ଭୁଲ। ଏ ବିଷୟରେ ସୂଚନା ଦେଇ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ କହିଛି ଯେ ଏପରି କୌଣସି ଯୋଜନାକୁ ବ୍ୟାଙ୍କ ଅଧିକାରୀ ପ୍ରୋତ୍ସାହିତ କରନ୍ତି ନାହିଁ।












Click it and Unblock the Notifications