For Quick Alerts
Turn On Notification  
For Daily Alerts
Oneindia App Download

ସରକାର ମିଛ କହୁଛନ୍ତି, କୁହାହୋଇଛି ଆଇନରେ କଣ ରହିଛି ଭୁଲ୍ : କୃଷକ ନେତା

ଆଠ ମାସ ଧରି କେନ୍ଦ୍ରର ନୂତନ କୃଷି ନିୟମ ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନେ କହିଛନ୍ତି ଯେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ମିଛ କହୁଛନ୍ତି । ଶନିବାର ଦିନ ୟୁନାଇଟେଡ୍ କିଷାନ୍ ମୋର୍ଚ୍ଚା ଏକ ସାମ୍ବାଦିକ ସମ୍ମିଳନୀରେ କହିଛି ।

|

ନୂଆଦିଲ୍ଲୀ : ଆଠ ମାସ ଧରି କେନ୍ଦ୍ରର ନୂତନ କୃଷି ନିୟମ ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନେ କହିଛନ୍ତି ଯେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ମିଛ କହୁଛନ୍ତି । ଶନିବାର ଦିନ ୟୁନାଇଟେଡ୍ କିଷାନ୍ ମୋର୍ଚ୍ଚା ଏକ ସାମ୍ବାଦିକ ସମ୍ମିଳନୀରେ କହିଛି, ସରକାର କହିଛନ୍ତି ଯେ କୃଷକମାନେ ସେମାନଙ୍କୁ ଆଇନର ଭୁଲତ୍ରୁଟି କହୁନାହାନ୍ତି, କେବଳ ଏହି ଆଇନଗୁଡ଼ିକ କଳା କାନୁନ ବୋଲି କହୁଛନ୍ତି । ସରକାରଙ୍କ ଏହି ବିବୃତ୍ତି ସମ୍ପୂର୍ଣ୍ଣ ଭୁଲ ଅଟେ । ସରକାର ଏବଂ କୃଷକ ସଂଗଠନର ନେତାଙ୍କ ସହ ଆୟୋଜିତ ବୈଠକରେ କୃଷକମାନେ ଆଇନର ଭୁଲତ୍ରୁଟି ବିଷୟରେ କେନ୍ଦ୍ରମନ୍ତ୍ରୀଙ୍କ ସମ୍ମୁଖରେ ସ୍ପଷ୍ଟ କରିଛନ୍ତି ।

Farmer- Protest

କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ କୃଷକ ଆନ୍ଦୋଳନ ସମ୍ପର୍କରେ କହିଛନ୍ତି ଯେ ଆଇନ ପ୍ରତ୍ୟାହାର ପାଇଁ ଦାବି ଜାରି ରହିଛି । ଏହି ଆଇନକୁ କଳା ନିୟମ କୁହାଯାଉଛି, କିନ୍ତୁ ଏଠାରେ କଣ ଭୁଲତ୍ରୁଟି ରହିଛି ତାହା କେହି କହୁନାନ୍ତି । ସମସ୍ତେ କେବଳ ନିୟମର ରଙ୍ଗ ବିଷୟରେ କହୁଛନ୍ତି । କୃଷକ ନେତା ବଲବୀର ସିଂ ରାଜୱାଲ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ନିନ୍ଦା କରି କହିଛନ୍ତି ଯେ, ଭାରତ ସରକାର ମିଛ କହି ସମଗ୍ର ଦେଶକୁ ବିଭ୍ରାନ୍ତ କରୁଛନ୍ତି । ସରକାର କହୁଛନ୍ତି ଯେ ଏହି ଆଇନରେ କଳା କ'ଣ ଆମକୁ କୁହାଯାଉ ନାହିଁ । ସରକାରଙ୍କ ସହ 11 ଟି ବୈଠକରେ, ତିନି ତିନି ଥର ଏଥିରେ ଥିବା ଦୋଷତ୍ରୁଟି ବିଷୟରେ କୁହାଯାଇଛି । ଯଦି ସରକାର ବୁଝିବାକୁ ପ୍ରସ୍ତୁତ ନୁହଁନ୍ତି ତେବେ କଣ କରାଯାଇପାରିବ ।

122 କୃଷକ ଗିରଫ

ସଂଯୁକ୍ତ କିଷାନ୍ ମୋର୍ଚ୍ଚା ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ଏହି ଆନ୍ଦୋଳନରେ ଜଡ଼ିତ କୃଷକମାନଙ୍କୁ ମିଥ୍ୟା ମାମଲାରେ ଫସାଇ ଗିରଫ କରାଯାଉଛି ଏବଂ ହଇରାଣ କରାଯାଉଛି । 122 ଚାଷୀଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । 26 ଜାନୁଆରୀ ଏବଂ ପରେ ଗିରଫ ହୋଇଥିବା ଏହି ଲୋକମାନଙ୍କର ଆଇନଗତ ଏବଂ ଆର୍ଥିକ ସହାୟତା ଯୋଗାଇ ଦେବା ନେଇ ମଧ୍ୟ ମୋର୍ଚ୍ଚା ଘୋଷଣା କରିଛି । ଏହା ସହିତ କିଷାନ୍ ମୋର୍ଚ୍ଚା କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ସହ ଅନେକ ପର୍ଯ୍ୟାୟ ଆଲୋଚନା ପରେ ମଧ୍ୟ କୌଣସି ନିସ୍କର୍ଷ ବାହାରି ପାରିନାହିଁ । ଏହା ପରେ ସାରା ଦେଶରେ ଚାଷୀଙ୍କ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି କିଷାନ୍ ମୋର୍ଚ୍ଚା କହିଛି ।

କ'ଣ ରହିଛି ସମ୍ପୂର୍ଣ୍ଣ ଘଟଣା ?

ଗତ ବର୍ଷ ଜୁନ୍ ମାସରେ କେନ୍ଦ୍ର ସରକାର ତିନୋଟି ନୂତନ କୃଷି ଆଇନ ଲାଗୁ କରିଥିଲେ । ଏଥିରେ ସରକାରୀ ମଣ୍ଡି ବାହାରେ କ୍ରୟ, ଚୁକ୍ତିନାମା ଚାଷକୁ ଅନୁମୋଦନ କରିବା ଏବଂ ଅନେକ ଶସ୍ୟ ଏବଂ ଡାଲିର ଷ୍ଟକ୍ ସୀମା ସମାପ୍ତ କରିବା ଭଳି ବ୍ୟବସ୍ଥା କରିଛି । ଏହାକୁ ବିରୋଧ କରି ଗତ ବର୍ଷ ଜୁନ୍ ମାସରୁ କୃଷକମାନେ ଆନ୍ଦୋଳନ ଜାରି ରଖିବା ସହ ଏହି ଆଇନ ପ୍ରତ୍ୟାହାର କରିବାକୁ ଦାବି କରୁଛନ୍ତି । ମୁଖ୍ୟତଃ ହରିୟାଣା ଏବଂ ପଞ୍ଜାବରେ ଜୁନ୍ 2020 ରୁ ନଭେମ୍ବର ପର୍ଯ୍ୟନ୍ତ କୃଷକଙ୍କ ଆନ୍ଦୋଳନ ଚାଲିଥିଲା । ସରକାର ଏହି ଆନ୍ଦୋଳନ ଉପରେ ଧ୍ୟାନ ନଦେବାରୁ ନଭେମ୍ବର 26 ରେ କୃଷକମାନେ ଦିଲ୍ଲୀ ଆସିଥିଲେ । ଏହା ପରେ, 26 ନଭେମ୍ବର 2020 ରୁ ଦେଶର ବିଭିନ୍ନ ସ୍ଥାନରୁ କୃଷକମାନେ ସିଙ୍ଗୁ ସୀମା, ଟିକରୀ ସୀମା, ଗାଜୀପୁର ସୀମା ସହିତ ଦିଲ୍ଲୀ ଏବଂ ହରିୟାଣାକୁ ସଂଯୋଗ କରୁଥିବା ଦିଲ୍ଲୀର ଅନ୍ୟ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Sayunkt Kishan Morcha Press Conference on Farmer Protest.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X