ବିଜେପିରେ ସାମିଲ ହେଲେ ଦେଶର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ

ନୂଆଦିଲ୍ଲୀ: ଦେଶର ସବୁଠାରୁ ଧନୀ ମହିଳା ତଥା ହରିୟାଣାର ପୂର୍ବତନ ମନ୍ତ୍ରୀ ସାବିତ୍ରୀ ଜିନ୍ଦଲ କଂଗ୍ରେସ ଛାଡି ଆଜି ବିଜେପିରେ ହୋଇଛନ୍ତି ସାମିଲ । କିଛି ଦିନ ପୂର୍ବରୁ ତାଙ୍କ ପୁଅ ତଥା ଶିଳ୍ପପତି ନବୀନ ଜିନ୍ଦଲ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ୮୪ ବର୍ଷୀୟ ସାବିତ୍ରୀ ଜିନ୍ଦଲ ସୋସିଆଲ ମିଡିଆ ପୋଷ୍ଟରେ କଂଗ୍ରେସ ଛାଡିବା ନେଇ ଜଣାଇଥିଲେ ।

ସାବିତ୍ରୀ ଜିନ୍ଦଲ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ କଂଗ୍ରେସ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ସାବିତ୍ରୀ ଜିନ୍ଦଲ ତାଙ୍କ ର ସୋମିଆଲ ମିଡ଼ିଆରେ ଲେଖିଛନ୍ତି ହିସାରର ଲୋକମାନେ ମୋର ପରିବାର ଏବଂ ମୋ ପରିବାରର ପରାମର୍ଶ କ୍ରମେ ମୁଁ ଆଜି କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି । କଂଗ୍ରେସ ନେତୃତ୍ୱ ମୋତେ ସମର୍ଥନ କରିଥିବାରୁ ଏବଂ ମୋର ସମସ୍ତ ସହକର୍ମୀଙ୍କୁ ମୁଁ କୃତଜ୍ଞତା ଜଣାଉଛି, ଯେଉଁମାନେ ମୋତେ ସର୍ବଦା ସମର୍ଥନ ଏବଂ ସମ୍ମାନ ପ୍ରଦାନ କରିଥିଲେ ।

Savitri Jindal

୨୦୦୪-୧୪ ରୁ କଂଗ୍ରେସ ସାଂସଦ ଭାବରେ ଲୋକସଭାରେ କୁରୁକ୍ଷେତ୍ର ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିବା ସାବିତ୍ରୀ ଜିନ୍ଦଲଙ୍କ ପୁଅ ନବୀନ ଜିନ୍ଦଲ ବିଜେପି ଟିକେଟରେ ସମାନ ଆସନରୁ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ହରିୟାଣାର ସମସ୍ତ ୧୦ ଟି ଆସନ ଜିତିଥିଲା ।

ସୁଚନା ଯୋଗ୍ୟ ଯେ ଭୁପିନ୍ଦର ସିଂ ହୁଡାଙ୍କ ନେତୃତ୍ୱରେ ହରିୟାଣାର ପୂର୍ବ କଂଗ୍ରେସ ସରକାରରେ ସାବିତ୍ରୀ ଜିନ୍ଦଲ ଜଣେ ମନ୍ତ୍ରୀ ଥିଲେ । ୨୦୧୪ ଲୋକସଭା ନିର୍ବାଚନରେ ସେ ହିସାରରୁ ବିଜେପିର ଡକ୍ଟର କମଲ ଗୁପ୍ତାଙ୍କ ଠାରୁ ହାରି ଯାଇଥିଲେ । ଆଉ ବର୍ତ୍ତମାନ କମଲ ଗୁପ୍ତା ନାଏବ ସିଂ ସାଇନି ସରକାରରେ ମନ୍ତ୍ରୀ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+