ଯୌତୁକ ପାଇଁ ସ୍ତ୍ରୀଙ୍କୁ ଜିଅନ୍ତା ଜାଳି ଦେଲା ସୈତାନ୍ ସ୍ବାମୀ

ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳାଙ୍କୁ ତାଙ୍କ ଶାଶୂଘର ଲୋକେ ଯୌତୁକ ପାଇଁ ମାଡ ମାରିବା ସହ ଜୀବନ୍ତ ଜାଳିଦେଇଛନ୍ତି । ଏଥିରେ ମହିଳାଙ୍କ ମୃତ୍ୟୁ ହୋଇଛି । ପୁଲିସ ମୃତାଙ୍କ ସ୍ବାମୀଙ୍କୁ ଗିରଫ କରି ଅନ୍ୟମାନଙ୍କୁ ଖୋଜୁଛି ।

uttar pradesh

ଘଟଣାଟି ୨୧ ଅଗଷ୍ଟ ରାତିରେ ଗ୍ରେଟର ନୋଏଡାର ସିରସା ଗାଁରେ ଘଟିଛି । ମୃତ ମହିଳାଙ୍କ ନାଁ ନିକ୍କି । ୨୦୧୬ରେ ସେ ବିପିନ ନାମକ ଯୁବକଙ୍କୁ ବିବାହ କରିଥିଲେ । ତାଙ୍କର ଏକ ପୁଅ ମଧ୍ୟ ଅଛି । ନିକ୍କିଙ୍କ ମୃତ୍ୟୁ ଘଟଣାରେ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ତାଙ୍କ କେଶ ଧରି ଭିଡି ଭିଡି ମାଡମାରିବା ସହ ତାଙ୍କ ଦେହରେ ନିଆଁ ଲଗାଇଦେଉଥିବା ନଜର ଆସୁଛି । ନିକ୍କିଙ୍କ ୬ ବର୍ଷର ପୁଅ ନିଜ ମା ସହିତ ହୋଇଥିବା ଏହି ନିର୍ଯାତନା ସମ୍ପର୍କରେ ସୂଚନା ଦେଇଛି । କୁନି ପୁଅଟି କହିଛି କି 'ମୋ ମା ଉପରେ କିଛି ଢାଳିଲେ, ଆଉ ତା ପରେ ଲାଇଟର ଲଗାଇଦେଲେ ।' ନିକ୍କିଙ୍କ ସାନ ଭଉଣୀ ମଧ୍ୟ ସେହି ଘରେ ବିବାହ କରିଛନ୍ତି । ସେ କୁହନ୍ତି କି ତାଙ୍କ ଭଉଣୀଙ୍କୁ ସବୁଦିନ ଯୌତୁକ ନିର୍ଯାତନା ଦିଆଯାଉଥିଲା । ୩୬ ଲକ୍ଷ ଟଙ୍କା ବାପଘରୁ ଆଣିବାକୁ କହୁଥିଲେ ।

ଅନ୍ୟପଟେ ଗ୍ରେଟର ନୋଏଡା ପୁଲିସ ସୂଚନା ଅନୁସାରେ ୨୧ ଅଗଷ୍ଟରେ ଫୋର୍ଟିସ ହସ୍ପିଟାଲରୁ ମିଳିଥିବା ସୂଚନା ଅନୁସାରେ ମହିଳାଙ୍କ ଦଗ୍ଧ ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲର ରେଫର କରାଯାଇଥିଲା । କିନ୍ତୁ ପୁଲିସ ପହଞ୍ଚିବା ପୂର୍ବରୁ ମହିଳାଙ୍କ ମୃତ୍ୟୁ ହୋଇଥିଲା । ମାମଲା ରୁଜୁ ହୋଇଛି ଏବଂ ତାଙ୍କ ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା ବୋଲି ପୁଲିସ ସୂଚନା ଦେଇଛି । ଅନ୍ୟପଟେ ଅଭିଯୁକ୍ତ ସ୍ବାମୀ ବିପିନକୁ ଗିରଫ କରାଯାଇଛି ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଖୁବ୍ ଶୀଘ୍ର ସମସ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+