ବିଜେପିକୁ ବଡ଼ ଝଟକା ଦେବେ ନୀତୀଶ!
ପାଟନା : ଆଉ କିଛି ମାସ ତଥା ଚଳିତ ବର୍ଷ ଶେଷ ସୁଦ୍ଧା ଝାଡଖଣ୍ଡ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି କରୁଥିବା ଭାରତୀୟ ଜନତନ୍ତ୍ର ମୋର୍ଚ୍ଚା (ବିଜେଏମ୍) ମୁଖ୍ୟ ତଥା ପୂର୍ବତନ ବିଜେପି ନେତା ସରୟୁ ରାୟ କହିଛନ୍ତି, ସେ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜେଡ଼ିୟୁ ସହିତ ମେଣ୍ଟ କରିବାର ସମ୍ଭାବନା ରହିଛି ।
ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାରୀ ବାସଭବନରେ ସାକ୍ଷାତ ପରେ ସରୟୁ ରାୟ ଏହି ସୂଚନା ଦେଇଛନ୍ତି । ତାଙ୍କର ଏଭଳି ପ୍ରତିକ୍ରିୟା ଆସିବା ପରେ ରାଜନୈତିକ ମାହୋଲ ହୋିଛି ପୁରା ଉଷ୍ମ । ଝାଡଖଣ୍ଡର ପୂର୍ବତନ ମନ୍ତ୍ରୀ ସରୟୁ ପାଞ୍ଚ ବର୍ଷ ପୂର୍ବେ ଭାରତୀୟ ଜନତା ପାର୍ଟି ଛାଡିଥିଲେ ।

୨୦୧୯ ବିଧାନସଭା ନିର୍ବାଚନରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ପରାସ୍ତ କରି ସେ ଜଣେ ବଡ ନେତା ଭାବରେ ଉଭା ହୋଇଥିଲେ । ଏଭଳି ପରିସ୍ଥିତିରେ ଯଦି ତାଙ୍କ ଦଳ ଜେଡିୟୁ ସହ ଏକ ମେଣ୍ଟ ଗଠନ କରେ, ତେବେ ଏହା ବିଜେପି ପାଇଁ ଏକ ବଡ ଝଟକା ହୋଇପାରେ ।












Click it and Unblock the Notifications