ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଦଳୀୟ ନେତାଙ୍କ ନେଇ ଆଗକୁ କଣ ରହିବ ରଣନୀତି ସ୍ପଷ୍ଟ କଲେ ଶରତ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ଏବେଠୁ ନିର୍ବାଚନୀ ଉଷ୍ମତା ବାରି ହୋଇ ପଡିଲାଣି । ଲୋକସଭା ନିର୍ବାଚନରେ ମହାବିକାଶ ଅଘାଡି ଦମଦାର ପ୍ରଦର୍ଶନ କରିଥିବା ବେଳେ ବିଧାନସଭା ନିର୍ବାଚନ ପୂର୍ବରୁ ମହାବିକାଶ ଅଘାଡି ମେଣ୍ଟ ସହ ଜଡିତ ଥିବା ଶରଦ ପାୱାରଙ୍କ ଗୋଷ୍ଠୀ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ।

sharat pawar

ଲୋକସଭା ନିର୍ବାଚନ ଭଳି ବିଧାନସଭା ନିର୍ବାଚନରେ ଦଳ କମ ଆସନରେ ଲଢିବନି ବୋଲି ସ୍ପଷ୍ଟ କରିଛି । ଲୋକସଭା ନିର୍ବାଚନ ସମୟରେ ମହାବିକାଶ ଅଘାଡିର ସହଯୋଗୀ ଦଳ ତୁଳନାରେ ଶରଦ ପାୱାରଙ୍କ ଗୋଷ୍ଠୀ କମ ଆସନରେ ଲଢିବାକୁ ସହମତ ହୋଇଥିଲା । କିନ୍ତୁ ବିଧାନସଭା ନିର୍ବାଚନରେ ସ୍ଥିତି ଅଲଗା ହେବ ବୋଲି ଏନସିପି(ଏସ) ଗୋଷ୍ଠୀ ପକ୍ଷରୁ କୁହାଯାଇଛି ।

ଶରଦ ପାୱାର ଶୁକ୍ରବାର ପୁଣେରେ ୨ଟି ବୈଠକ କରିଥିଲେ । ଦଳୀୟ କର୍ମୀ, ନେତା, ସାଂସଦ ଓ ବିଧାୟକଙ୍କୁ ନେଇ ବୈଠକ କରିଥିଲେ ଶରଦ ପାୱାର । ବୈଠକରେ ସାମିଲ ଥିବା ନେତା କହିବା ଅନୁଯାୟୀ, ଶିବସେନା (ଉଦ୍ଧବ ଗୋଷ୍ଠୀ) ଓ କଂଗ୍ରେସ ସହ ମେଣ୍ଟ ବଜାୟ ରଖିବାକୁ ଲୋକସଭାରେ କମ ଆସନରେ ନିର୍ବାଚନ ଲଢିବାକୁ ଦଳ ସହମତ ହୋଇଥିଲା ବୋଲି ଶରଦ ପାୱାର କହିଛନ୍ତି ।

କିନ୍ତୁ ବିଧାନସଭାରେ ଭିନ୍ନ ସ୍ଥିତି ଦେଖିବାକୁ ମିଳିବ ବୋଲି ସଂକେତ ଦେଇଛନ୍ତି ଶରଦ । ସେହିଭଳି ଦଳର ସମସ୍ତ ସାଂସଦ ଓ ବିଧାୟକଙ୍କୁ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଛନ୍ତି ଶରଦ । ତେବେ ଦଳ କେତୋଟି ଆସନରେ ନିର୍ବାଚନ ଲଢିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ସେହିଭଳି ଦଳର ବରିଷ୍ଠ ନେତା ଅନିଲ ଦେଶମୁଖ କହିଛନ୍ତି, ମହାବିକାଶ ଅଘାଡିରେ କେହି ବଡ କି ଛୋଟ ନୁହନ୍ତି ବରଂ ସମସ୍ତେ ସମାନ । ଚଳିତ ଲୋକସଭା ନିର୍ବାଚନରେ ଶରଦ ପାୱାରଙ୍କ ଦଳ ୧୦ଟି ଆସନରୁ ୮ଟିରେ ବିଜୟୀ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+