ବିହାରରେ ବିଷାକ୍ତ ମଦ ନେଲା 11 ଜୀବନ, 25 ହରାଇଲେ ଦୃଷ୍ଟିଶକ୍ତି
ବିହାର ମଦମୃତ୍ୟ ମାମଲା ପରେ ରାଜ୍ୟରେ ମଦ ବନ୍ଦ କରାଯାଇଥିଲା । ମଦ୍ୟପାନ ଉପରେ ଲାଗିଥିଲା କଟକଣା ଲାଗିଥିଲା । ଏହାପରେ ବି ବିଷାକ୍ତ ମଦ ପିଇ ଅନେକ ଲୋକଙ୍କ ପ୍ରାଣ ଯାଇଛି । ବିହାର ଚାପ୍ରା ସାରଣ ଜିଲ୍ଲା ଭାତା ଗାଁରେ ବିଷାକ୍ତ ମଦ ପିଇ 11 ଜଣଙ୍କ ମୃତ୍ୟୁ ହୋଇଛି।
ପାଟନା: ବିହାର ମଦମୃତ୍ୟ ମାମଲା ପରେ ରାଜ୍ୟରେ ମଦ ବନ୍ଦ କରାଯାଇଥିଲା । ମଦ୍ୟପାନ ଉପରେ ଲାଗିଥିଲା କଟକଣା ଲାଗିଥିଲା । ଏହାପରେ ବି ବିଷାକ୍ତ ମଦ ପିଇ ଅନେକ ଲୋକଙ୍କ ପ୍ରାଣ ଯାଇଛି । ବିହାର ଚାପ୍ରା ସାରଣ ଜିଲ୍ଲା ଭାତା ଗାଁରେ ବିଷାକ୍ତ ମଦ ପିଇ 11 ଜଣଙ୍କ ମୃତ୍ୟୁ ହୋଇଛି। କେବଳ ଏତିକି ନୁହେଁ ପାଖାପାଖି 25 ଜଣ ଲୋକ ଦୃଷ୍ଟି ଶକ୍ତି ହରାଇଛନ୍ତି । ସମସ୍ତ ଗୁରୁତରଙ୍କୁ ପାଟନା ପିଏମସିଏଚରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ଜଣେ ଗ୍ରାମବାସୀ କହିଛନ୍ତି, "ଗାଁରେ ମଦ ମିଳୁଥିଲା । ଏକ ଧାର୍ମିକ କାର୍ଯ୍ୟକ୍ରମରେ ଅନେକ ଲୋକ ମଦ କିଣି ପିଇଥିଲେ । କିଛି ସମୟ ପରେ ଅନେକ ଅସୁସ୍ଥଥା ଅନୁଭବ କରିବା ପରେ ସେମାନଙ୍କୁ ପିଏମସିଏଚ ନିଆଯାଇଥିଲା । ସେଠାରେ ଜଣକ ପରେ ଜଣେ ପ୍ରାଣ ହରାଇଥିଲେ । ଅନେକ ଦୃଷ୍ଟିଶକ୍ତି ହରାଇଥିଲେ । ତେବେ ଏହି ଘଟଣାରେ ସରଣ ଜିଲ୍ଲାପାଳ କହିଛନ୍ତି, "ଡାକ୍ତର ଟିମ ଓ ପାରାମେଡିକାଲ ଷ୍ଟାଫ ସ୍ଥାନୀୟ ଅଞ୍ଚଳ ଗସ୍ତ କରି ସ୍ଥିତି ସମୀକ୍ଷା କରୁଛନ୍ତି । ଖୁବ ଶୀଘ୍ର ଏହାର ତଦନ୍ତ କରାଯାଇ ମଦ ବ୍ୟବସାୟ ବନ୍ଦ କରାଯିବ ସହ ଗୁରୁତରଙ୍କ ସଠିକ ଚିକିତ୍ସା କରାଯିବ ।












Click it and Unblock the Notifications