ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ ସନ୍ଥନର ମୃତ୍ୟୁ
Santhan Die Convicted In Rajiv Gandhi Assassination Case, Dies: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଦୋଷୀଙ୍କୁ ଖଲାସ କରିଦିଆଯାଇଥିଲା । ଆଜି ଦୋଷୀ ସନ୍ଥନଙ୍କର ମୃତ୍ୟୁ ହୋଇଛି । ବୁଧବାର ସକାଳେ ଚେନ୍ନାଇର ରାଜୀବ ଗାନ୍ଧି ଜେନେରାଲ୍ ହସ୍ପିଟାଲରେ Santhan Die ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଡାକ୍ତରଖାନା ଅଧିକାରୀ କହିଛନ୍ତି ଯେ, Santhan Dieଙ୍କୁ ସକାଳ 7:50 ରେ ମୃତ୍ୟୁ ଘଟିଛି। ତାଙ୍କର ଲିଭର୍ ଫେଲ୍ ହେବା ସହିତ କ୍ରିପ୍ଟୋଜେନିକ୍ ସିରୋସିସ୍ ରୋଗରେ ପୀଡିତ ଥିଲେ । ସୂଚନାନୁସାରେ, ଜାନୁଆରୀ 27 ରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସୂଚନା ଅନୁସାରେ, ସନ୍ଥନ ତଥା ସୁଥେନଥିରାଜଙ୍କୁ ଗୁରୁତର ଅବସ୍ଥାରେ ରାଜୀବ ଗାନ୍ଧି ସରକାରୀ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତିରୁଚିର ମହାତ୍ମା ଗାନ୍ଧି ମେମୋରିଆଲ ସରକାରୀ ଡାକ୍ତରଖାନାରୁ 55 ବର୍ଷିୟ ସନ୍ଥନଙ୍କୁ ଏଠାରେ ରେଫର କରାଯାଇଥିଲା। ରାଜୀବ ଗାନ୍ଧି ହତ୍ୟା ମାମଲାରେ ମୁକ୍ତ ହୋଇଥିବା 6 ଜଣ ଦୋଷୀଙ୍କ ମଧ୍ୟରୁ ସେ ଅନ୍ୟତମ, ଯେଉଁମାନେ ପୂର୍ବରୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ। 2022 ମସିହାରେ ମୁକ୍ତ ହେବାର ଆଦେଶ ପରେ ସେ ଘରକୁ ଫେରିବା ପାଇଁ ଏକ ଚିଠି ମଧ୍ୟ ଲେଖିଥିଲେ।
11 ନଭେମ୍ବର 2022ରେ ରାଜୀବ ଗାନ୍ଧି ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା 6 ଜଣ ଦୋଷୀଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆଦେଶର ପରଦିନ ନଲିନୀ, ଶ୍ରୀହରନ୍, ସନ୍ଥନ୍, ରୋବର୍ଟ ପାୟାସ, ଜୟକୁମାର ଏବଂ ରବିଚନ୍ଦ୍ରନଙ୍କୁ 32 ବର୍ଷ ପରେ ଜେଲରୁ ମୁକ୍ତ କରାଯାଇଥିଲା । ନାଲିନୀ ଏବଂ ରବିଚନ୍ଦ୍ରନଙ୍କୁ ସେମାନଙ୍କ ପରିବାରକୁ ଭେଟିବାକୁ ଅନୁମତି ଦିଆଯାଇଥିଲା କିନ୍ତୁ ଅବଶିଷ୍ଟ ଚାରିଜଣଙ୍କୁ ଟ୍ରାଇ ସେଣ୍ଟ୍ରାଲ ଜେଲର ଏକ ସ୍ୱତନ୍ତ୍ର କ୍ୟାମ୍ପରେ ରଖାଯାଇଥିଲା। ଚାରିଜଣ ଶ୍ରୀଲଙ୍କାର ନାଗରିକ ହୋଇଥିବାରୁ ଏହା କରାଯାଇଥିଲା।












Click it and Unblock the Notifications