'ସଂସ୍କୃତ ଭାଷା ହେଉଛି ଜ୍ଞାନ ଏବଂ ଭାବନାର ଏକ ନିରନ୍ତର ସ୍ରୋତ'
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରାବଣ ପୂର୍ଣ୍ଣିମା ଅବସରରେ ଆଜି ପାଳନ କରାଯାଉଥିବା ବିଶ୍ୱ ସଂସ୍କୃତ ଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ସଂସ୍କୃତ ଭାଷା ହେଉଛି ଜ୍ଞାନ ଏବଂ ଭାବନାର ଏକ ନିରନ୍ତର ସ୍ରୋତ । ଏହାର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ପରିଲକ୍ଷିତ ହୋଇଥାଏ । ଗତ ଦଶନ୍ଧିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସ୍କୃତ ଭାଷାକୁ ଲୋକପ୍ରିୟ କରିବା ଲାଗି ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଇଛି ।

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ସଂସ୍କୃତ ଶିକ୍ଷା କେନ୍ଦ୍ର ସ୍ଥାପନ କରାଯିବା ସହ ଛାତ୍ରଛାତ୍ରୀମାନଙ୍କ ଉନ୍ନତ ସଂସ୍କୃତ ଶିକ୍ଷା ଏବଂ ସଂସ୍କୃତ ଲେଖାଗୁଡ଼ିକର ଡିଜିଟାଇଜେସନ କରିବା ଲାଗି ଜ୍ଞାନ ଭାରତମ୍ ମିଶନ ନିମନ୍ତେ ସହାୟତାରାଶି ଯୋଗାଇ ଦିଆଯାଇଛି । ଏହାଦ୍ୱାରା ଅଗଣିତ ଛାତ୍ରଛାତ୍ରୀ ଏବଂ ଗବେଷକମାନେ ଉପକୃତ ହୋଇପାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ବିଶ୍ୱର ବିଭିନ୍ନ ଭାଗରେ ଥିବା ବ୍ୟକ୍ତିବିଶେଷ ଯେଉଁମାନେ କି ସଂସ୍କୃତ ଶିକ୍ଷା ଗ୍ରହଣ କରିବା ସହ ଏହି ଭାଷାକୁ ଲୋକପ୍ରିୟ କରିପାରିଛନ୍ତି ସେମାନଙ୍କର ଏହି ପଦକ୍ଷେପକୁ ପ୍ରଶଂସା କରିବା ଲାଗି ଏହି ଦିବସ ପାଳନ ଉଦ୍ଧିଷ୍ଟ ବୋଲି ଶ୍ରୀ ମୋଦୀ କହିଛନ୍ତି ।












Click it and Unblock the Notifications