ଆପ୍ ସାଂସଦଙ୍କ ପତ୍ନୀ ବେଆଇନ ଭାବେ ଦିଲ୍ଲୀରେ ଦେଇଛନ୍ତି ଭୋଟ : ବିଜେପି
ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବା ବେଳେ କ୍ଷମତାସୀନ ଆପ୍ ଓ ବିଜେପି ମଧ୍ୟରେ ଭୋଟର ତାଲିକାକୁ ନେଇ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି। ଦିଲ୍ଲୀ ଭୋଟର ତାଲିକାରୁ ବିଜେପି ଆପ୍ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କ ପତ୍ନୀଙ୍କ ନାଁ ଡିଲେଟ କରିବାକୁ ଉଦ୍ୟମ କରିଥିଲା ବୋଲି ଅଭିଯୋଗ ହୋଇଛି।
ନିଜେ ସଞ୍ଜୟ ସିଂହ ଏପରି ଅଭିଯୋଗ ଆଣିବାରୁ ଆଜି ବିଜେପି ପକ୍ଷରୁ ଏହାକୁ କାଉଣ୍ଟର କରାଯାଇଛି। ସାଂସଦ ସଞ୍ଜୟ ସିଂହଙ୍କ ପତ୍ନୀ ବେଆଇନ ଭାବେ ନୂଆଦିଲ୍ଲୀ ବିଧାନସଭା ଆସନରେ ନାଁ ପଞ୍ଜୀକରଣ କରି ଭୋଟ ଦେଇଥିଲେ ବୋଲି ବିଜେପି କହିଛି।

ବିଜେପି ଆଇଟି ମୁଖ୍ୟ ଅମିତ ମାଲବ୍ୟ ସଞ୍ଜୟ ସିଂହଙ୍କ ପତ୍ନୀ ଅନୀତାଙ୍କ ନାଁରେ ଥିବା ଗୋଟିଏ ସତ୍ୟପାଠକୁ ଭାଇରାଲ କରି ସେ ଉତ୍ତର ପ୍ରଦେଶର ସୁଲତାନପୁର ଭୋଟର ବୋଲି ଦାବି କରିଛନ୍ତି। ସେ କହିଛନ୍ତି, "ଏହା ହେଉଛି ସଞ୍ଜୟ ସିଂହଙ୍କ ପତ୍ନୀ ସୁନୀତାଙ୍କ ସତ୍ୟପାଠ। ଏଥିରେ ସେ ୟୁପିର ସୁଲତାନପୁର ଭୋଟର ବୋଲି ଦର୍ଶାଇଛନ୍ତି।












Click it and Unblock the Notifications