For Quick Alerts
Turn On Notification  
For Daily Alerts
Oneindia App Download

କୃଷକ ଆନ୍ଦୋଳନକୁ ନେଇ ରାଜ୍ୟସଭାରେ ହଙ୍ଗାମା : ସଞ୍ଜୟ ସିଂ ସମେତ ତିନି ସାଂସଦଙ୍କୁ ଗୃହରୁ ବାହାର କଲେ ରାଜ୍ୟସଭା ଅଧ୍ୟକ୍ଷ

ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ନିୟମ 255 ଅନୁଯାୟୀ ଆମ୍ ଆଦମୀ ପାର୍ଟିର ସଞ୍ଜୟ ସିଂଙ୍କ ସମେତ ତିନି ଜଣ ସାଂସଦଙ୍କୁ ଗୃହରୁ ବାହାର କରିଛନ୍ତି ।

|

ନୂଆଦିଲ୍ଲୀ : ଗୋଟିଏ ପଟେ ଗତ 70 ଦିନ ଧରି ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଚାଲିଛି, ଅନ୍ୟପକ୍ଷରେ ବୁଧବାର ଦିନ ରାଜ୍ୟସଭାରେ ଏହି ଆନ୍ଦୋଳନକୁ ନେଇ ହୋଇଛି ହଙ୍ଗାମା । ଆଦି ଗୃହ ଆରମ୍ଭରୁ ବିରୋଧୀ ଦଳ ନୂତନ କୃଷି ଆଇନ ପ୍ରସଙ୍ଗ ଉଠାଇଥିଲେ। । ଏହା ପରେ ଆମ୍ ଆଦମୀ ଦଳର ସାଂସଦମାନେ ମଧ୍ୟ ସ୍ଲୋଗାନ ଦେଇଥିଲେ । ଏହାଦ୍ୱାରା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ନିୟମ 255 ଅନୁଯାୟୀ ଆମ୍ ଆଦମୀ ପାର୍ଟିର ସଞ୍ଜୟ ସିଂଙ୍କ ସମେତ ତିନି ଜଣ ସାଂସଦଙ୍କୁ ଗୃହରୁ ବାହାର କରିଛନ୍ତି ।

Rajya-Sabha

ସୂଚନା ଅନୁଯାୟୀ, ଆପ ସାଂସଦ ସଞ୍ଜୟ ସିଂ, ସୁଶୀଲ ଗୁପ୍ତା ଓ ଏନ୍‌ଡି ଗୁପ୍ତାଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ଗୃହରୁ ବାହାରି ଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ବ୍ୟତୀତ ସଂସଦ ଭିତରେ ସଦସ୍ୟମାନେ ମୋବାଇଲ ବ୍ୟବହାର କରିବାକୁ ନେଇ ଗୃହମୁଖ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଗୃହ ଚାଲିଥିବା ବେଳେ ରେକର୍ଡିଂ କରି ଏହାକୁ ସୋସିଆଲ ମିଡିଆରେ ସେୟାର କରିବା ଗୃହର ଅବମାନନା ବୋଲି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ କହିଛନ୍ତି ।

ଗୃହରୁ ବାହାରିବା ପରେ ନ୍ୟୁଜ୍ ଏଜେନ୍ସି ANI ସହ କଥାବାର୍ତ୍ତା କରି ସାଂସଦ ସଞ୍ଜୟ ସିଂ କହିଛନ୍ତି ଯେ ନୂତନ କୃଷି ଆଇନ କୃଷକ ବିରୋଧୀ । ଯେଉଁଥିପାଇଁ ଆମେ ଚାହୁଁ ସରକାର ତୁରନ୍ତ ଏହାକୁ ବାତିଲ କରନ୍ତୁ । ଏହି କାରଣରୁ, ଆମେ ଗୃହରେ ଅସହମତ ହୋଇଥିଲୁ, କାରଣ କୃଷକ ସଂଗଠନ ସହ ସରକାର ଯେଉଁ ଆଲୋଚନା କରୁଛନ୍ତି ତାହା ସମାଧାନ ହେବ ନାହିଁ । ସଞ୍ଜୟ ସିଂଙ୍କ କହିବାନୁସାରେ, ଯେତେବେଳେ ସେ ଗୃହରେ ଏହି ପ୍ରସଙ୍ଗ ଉଠାଇଥିଲେ, ସେତେବେଳେ ବାଚସ୍ପତି ତିନି ଜଣ ସାଂସଦଙ୍କୁ ଗୃହରୁ ବାହାର କରିଦେଇଥିଲେ ।

ମୌସୁମୀ ଅଧିବେଶନରେ ମଧ୍ୟ ଦେଖାଦେଇଥିଲା ଉତ୍ତେଜନା

ଗତ ମୌସୁମୀ ଅଧିବେଶନରେ ମୋଦୀ ସରକାର ଲୋକସଭା ଓ ରାଜ୍ୟସଭାରେ ତିନୋଟି ନୂତନ କୃଷି ବିଲ୍ ପାସ୍ କରିଥିଲେ । ଏହି ଆଇନ ପ୍ରଣୟନ କରାଯାଇଥିଲା, କିନ୍ତୁ ଆମ୍ ଆଦମୀ ଦଳର ସାଂସଦମାନେ ରାଜ୍ୟସଭାରେ ଏହାକୁ ବିରୋଧ କରି ହଙ୍ଗାମା କରିଥିଲେ । ଏହି ସମୟରେ ସଞ୍ଜୟ ସିଂ ଡେପୁଟି ଚେୟାରମ୍ୟାନଙ୍କ ନିକଟରେ ପହଞ୍ଚି ଜୋରରେ କରତାଳି ଦେବା ଆରମ୍ଭ କରିଥିଲେ । ଏହା ପରେ ସେ ମଧ୍ୟ ସ୍ଲୋଗାନ ଦେଇଥିଲେ । ପରେ ଡେପୁଟି ଚେୟାରମ୍ୟାନ୍ ମାର୍ଶଲଙ୍କୁ ଡକାଇ ସଞ୍ଜୟ ସିଂଙ୍କୁ ବାହାର କରିଥିଲେ ।

M. Venkaiah Naidu

ବିରୋଧ ପ୍ରଦର୍ଶନ ଆରମ୍ଭରୁ ବିରକ୍ତ ହେଲେ ଅଧ୍ୟକ୍ଷ

ବୁଧବାର ରାଜ୍ୟସଭା ପ୍ରକ୍ରିୟା ଆରମ୍ଭ ହେବା ପରେ ଅଧ୍ୟକ୍ଷ ପ୍ରଥମେ ମୋବାଇଲ୍ ଫୋନ୍ ପ୍ରସଙ୍ଗରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେ କହିଛନ୍ତି ଯେ ରାଜ୍ୟସଭାରେ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ ଏକ ନିଷେଧାଦେଶ ରହିଛି, କିନ୍ତୁ ଦେଖାଯାଇଛି ଯେ କିଛି ସଦସ୍ୟ ଏହି ଫୋନ୍ ବ୍ୟବହାର କରୁଛନ୍ତି ଏବଂ ଗୃହର ପ୍ରକ୍ରିୟା ମଧ୍ୟ ରେକର୍ଡ କରୁଛନ୍ତି । ଏହିପରି ଆଚରଣ ସଂସଦୀୟ ଶୈଳୀ ବିରୁଦ୍ଧରେ ବୋଲି କହିଛନ୍ତି ଗୃହର ଅଧ୍ୟକ୍ଷ ଭେଙ୍କୟା ନାଇଡୁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Sanjay Singh Along with three other AAP MP Withdraw From Rajya Sabha.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X