ପିଏମ୍ ମୋଦିଙ୍କ ନିର୍ଦ୍ଦେଶରେ କେଜ୍ରିୱାଲଙ୍କୁ ଗିରିଫ କରିଛି ସିବିଆଇ: ସଞ୍ଜୟ ସିଂ
ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲ ଙ୍କୁ ସିବିଆଇ ଗିରଫ କରିବା ଘଟଣାରେ ଆପ ସାଂସଦ ସଞ୍ଜୟ ସିଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରିଛନ୍ତ ଟାର୍ଗେଟ । ସେ କହିଛନ୍ତି ଯେ ପିଏମ ମୋଦୀଙ୍କ ନିର୍ଦ୍ଦେଶରେ ସିବିଆଇ ସିଏମଙ୍କୁ ଗିରଫ କରିଛି । ସଞ୍ଜୟ ସିଂ କହିଛନ୍ତି, "ଦିଲ୍ଲୀ ରାଉସ୍ ଆଭେନ୍ୟୁ କୋର୍ଟ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଇଡିର କୌଣସି ପ୍ରମାଣ ନାହିଁ ଏବଂ ମନ୍ଦ ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛି ।

ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଇଡି ପାଖରେ କୌଣସି ମନି ଟ୍ରେଲ ନାହିଁ । କୌଣସି ପ୍ରମାଣ ନାହିଁ, । ତେଣୁ ଅରବିନ୍ଦ କେଜ୍ରିୱାଲ ନିର୍ଦ୍ଦୋଷ ... ଏବଂ ଏହି ସମୟରେ, ଆଦେଶର ନକଲ ନ ନେଇ ଇଡି ଅଦବକାରୀ ମାନେ ଅସାମ୍ବିଧାନିକ, ବେଆଇନ ଢ଼ଙ୍ଗରେ ହାଇକୋର୍ଟରେ ପହଞ୍ଚି ସେହି ଜାମିନରେ ରହିଲେ .. ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଥିଲା କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ । ଆଉ ପିଏମ ମୋଦୀଙ୍କ ନିର୍ଦ୍ଦେଶରେ ସିବିଆଇ ସିଏମ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି ।












Click it and Unblock the Notifications