ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଚାଲିଛି ଷଡ଼ଯନ୍ତ୍ର, କିଛି ବଡ଼ ଘଟିବାକୁ ଯାଉଛି: ସଞ୍ଜୟ ସିଂହ
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ସଞ୍ଜୟ ସିଂହ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି, ନୂଆଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବଡ଼ ଷଡ଼ଯନ୍ତ୍ର ଚାଲିଛି । ଗିରଫ କରାଯିବା ସହ ତାଙ୍କ ସହ କିଛି ବଡ଼ ଘଟିବା ପାଇଁ ଯାଉଛି ବୋଲି ଦାବି କରିଛନ୍ତି ସଞ୍ଜୟ ସିଂହ ।

ଗତକାଲି ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ସଞ୍ଜୟ ସିଂହଙ୍କୁ କଡ଼ା ସୁରକ୍ଷା ମଧ୍ୟ ଇଡି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରିଥିଲା । ଏହି ସମୟରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ।
ସେ କହିଛନ୍ତି, କେଜ୍ରିୱାଲଜୀଙ୍କୁ ଏକ ବଡ଼ ଷଡଯନ୍ତ୍ରରେ ଫସାଇବାକୁ ଚାହୁଁଛନ୍ତି । କେବଳ ଗିରଫ ନୁହେଁ, ଏମାନେ କେଜ୍ରିୱାଲଙ୍କ ସହ ଆହୁରି କିଛି ବଡ଼ ଅଘଟଣ ଘଟାଇବାକୁ ଯାଉଛନ୍ତି' । ଏତିକି କହିବା ପରେ ପୋଲିସ ତୁରନ୍ତ ସଞ୍ଜୟ ସିଂଙ୍କୁ ସେହି ସ୍ଥାନରୁ ନେଇ ଯାଇଥିଲେ ।
ସୂଚନାଥାଉ ଯେ, ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି କେଜ୍ରିୱାଲଙ୍କୁ ସମନ ପଠାଇଥିଲେ । ହେଲେ ଏହାକୁ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଥିଲେ କେଜ୍ରିୱାଲ ଏହା ସହ ସେ ଇଡି ନିକଟରେ ହାଜର ହୋଇନଥିଲେ । ହେଲେ ତାଙ୍କୁ ପୁଣି ଥର ହାଜର ହେବକୁ ସମନ ପଠାଯାଇଛି । ଏହାରି ମଧ୍ୟରେ ସଞ୍ଜୟ ସିଂହଙ୍କ ଏହି ଅଭିଯୋଗ ଆଣିଛନ୍ତି ।












Click it and Unblock the Notifications