14 ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ସଞ୍ଜୟ ରାଉତ
14 ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ସଞ୍ଜୟ ରାଉତ । ମିଳିଲା ରନ୍ଧା ଖାଦ୍ୟର ଅନୁମତିି ।
ମୁମ୍ବାଇ: ଶେଷ ହେଲା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ରିମାଣ୍ଡ ଅବଧି । ଆଜି ତାଙ୍କୁ ମୁମ୍ବାଇର କୋର୍ଟ 14 ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ପାତ୍ରା ଚୌଲ ଜମି ଦୁର୍ନୀତି ଘଟଣାରେ ସଞ୍ଜୟ ରାଉତଙ୍କୁ ଗିରଫ କରିଥିଲା ଇଡି। ଏହାପରେ ଦୁଇ ପର୍ଯ୍ୟାୟରେ ରିମାଣ୍ଡରେ ତାଙ୍କୁ ଘନଘନ ଜେରା କରିଥିଲା।

ଆଜି କୋର୍ଟ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇବା ବେଳେ ଘରର ରନ୍ଧାଖାଦ୍ୟ ଓ ମେଡିସିନ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି। ହେଲେ ସେ ବେଡ ବ୍ୟବସ୍ଥା ପାଇଁ କରିଥିବା ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଛନ୍ତି। ବିଚାରପତି ଆବେଦନକୁ ଖାରଜ କରି କହିଛନ୍ତି ଯେ ଜେଲ୍ର ବ୍ୟବସ୍ଥା ଅନୁଯାୟୀ ଅଧିକାରୀମାନେ ପର୍ଯ୍ୟାପ୍ତ ପରିମାଣର ବେଡ ବ୍ୟବସ୍ଥା କରିଛନ୍ତି। ତେଣୁ ଏହି ସୁବିଧା ପ୍ରଦାନ କରାଯିବ ନାହିଁ ।
ଆଜି ଇଡି ପକ୍ଷରୁ ଆଉ ଅଧିକ ଦିନର ରିମାଣ୍ଡ ମଗା ଯାଇ ନଥିଲା। ତେଣୁ ସଞ୍ଜୟ ରାଉତଙ୍କୁ ଜଜ୍ ଦେଶପାଣ୍ଡେ 14 ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।












Click it and Unblock the Notifications