ବଢିଲା ସଞ୍ଜୟ ରାଉତଙ୍କ ଇଡି ହେପାଜତ ଅବଧି
ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇଥିବା ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ରିମାଣ୍ଡ ଅବଧି ବଢାଇଲେ କୋର୍ଟ ।
ମୁମ୍ବାଇ: ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇଥିବା ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ରିମାଣ୍ଡ ଅବଧି ବଢାଇଲେ କୋର୍ଟ । ଚଳିତ ମାସ 8 ତାରିଖ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରିମାଣ୍ଡରେ ରହିବେ ସଞ୍ଜୟ । ଆଜି ସ୍ପେସାଲ କୋର୍ଟରେ ଶୁଣାଣି ବେଳେ ତାଙ୍କୁ ତଦନ୍ତକାରୀ ସଂସ୍ଥା ଅବ୍ୟବସ୍ଥା ମଧ୍ୟରେ ରଖିଥିବା ସଞ୍ଜୟ ଅଭିଯୋଗ କରିଥିଲେ । ରିମାଣ୍ଡ ସମୟରେ ତାଙ୍କୁ ରଖାଯାଇଥିବା କୋଠରୀରେ ଝରକା ଓ ପର୍ଯ୍ୟାପ୍ତ ବାୟୁ ଚଳାଚଳ ବ୍ୟବସ୍ଥା ନଥିବା ସଞ୍ଜୟ କହିଥିଲେ । ତେବେ କୋର୍ଟ ତାଙ୍କ ରିମାଣ୍ଡ ଅବଧି ଚଳିତ ମାସ 8 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଆଜି ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବା ପରେ ସଞ୍ଜୟଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯାଇଥିଲା । ଆଜି ମଧ୍ୟ ତାଙ୍କ ଜାମିନ ଆବେଦନ ଖାରଜ ହେବା ସହ ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ପୁଣି ଇଡି ରିମାଣ୍ଡକୁ ପଠାଇଛନ୍ତି କୋର୍ଟ । ଏହି ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ମଧ୍ୟରେ ମାରାଥନ ଜେରା କରି ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରିବ ତଦନ୍ତକାରୀ ସଂଧ୍ୟା।












Click it and Unblock the Notifications