ପାୱାରଙ୍କ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା ମନ୍ତବ୍ୟ ଉପରେ ଏଭଳି କିଛି କହିଦେଲେ ସଞ୍ଜୟ, ଜାଣନ୍ତୁ ତାହା କଣ ?
ମୁମ୍ବାଇ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପୂର୍ବରୁ ମହାବିକାଶ ଅଗାଡି (ଏମ୍ଭିଏ)ରେ ମୁଖ୍ୟମନ୍ତ୍ରୀଙ୍କ ଚେହେରାକୁ ନେଇ ବିବାଦ ଲାଗି ରହିଛି। ଏହି ସମୟରେ ଉଦ୍ଧବ ଠାକରେଙ୍କ ଶିବସେନା (ୟୁବିଟି) ମଧ୍ୟ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଶିବସେନା (ୟୁବିଟି) ରାଜ୍ୟ ସଭା ଏମ୍ପି ସଞ୍ଜୟ ରାଉତ କହିଛନ୍ତି ଯେ, ଲୋକମାନେ ସେମାନଙ୍କ ମନରେ ଥିବା ଚେହେରାକୁ ମୁଖ୍ୟମନ୍ତ୍ରୀ ଭାବରେ ବାଛିବେ।
ପାୱାର ସାହେବ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ସଠିକ୍। କିଏ କେତେ ଆସନରେ ଜିତୁଛି ପରେ ସ୍ଥିର ହେବ କିନ୍ତୁ ଏହା ନିଶ୍ଚିତ ଯେ ଏମ୍ଭିଏ ସଂଖ୍ୟାଗରିଷ୍ଠତା ହାସଲ କରୁଛି । ଆମର ପ୍ରଥମ କାର୍ଯ୍ୟ ହେଉଛି ଦୁର୍ନୀତିଗ୍ରସ୍ତ ସରକାର ହଟାଇବା। ଏହା ପରେ ଆମେ ଯେକୌଣସି ସମୟରେ ମୁଖ୍ୟମନ୍ତ୍ରୀଙ୍କ ଚେହେରା ଉପରେ ଆଲୋଚନା କରିପାରିବା।

ପ୍ରକୃତରେ, ବୁଧବାର ଏନ୍ସିପି ସୁପ୍ରିମୋ ଶରଦ ପାୱାର ବୁଧବାର ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏମ୍ଭିଏର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବାକୁ ମନା କରିଦେଇଛନ୍ତି। ମହାବିକାଶ ଆଘାଡି(ଏମ୍ଭିଏ) ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିବାର କୌଣସି ଆବଶ୍ୟକତା ନାହିଁ ଏବଂ ସେମାନେ ପରବର୍ତ୍ତୀ ପର୍ଯ୍ୟାୟରେ ଏ ସମ୍ପର୍କରେ ମିଳିତ ଭାବେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।
ଜରୁରିକାଳୀନ ପରିସ୍ଥିତି ସମୟରେ ପ୍ରଧାନମନ୍ତ୍ରୀ ଚେହେରା କିଏ ଥିଲା? ନିର୍ବାଚନ ପରେ ମୋରାରଜୀ ଦେଶାଇଙ୍କ ନାମ ସାମ୍ନାକୁ ଆସିଥିଲା। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପଦ ପାଇଁ ନାମ ଘୋଷଣା କରିବାର ଆବଶ୍ୟକତା ନାହିଁ। ନିର୍ବାଚନ ପରେ ଆମେ ଏକାଠି ବସି ପ୍ରାର୍ଥୀଙ୍କ ବିଷୟରେ ନିଷ୍ପତ୍ତି ନେବୁ ବୋଲି ପାୱାର କୋହ୍ଲାପୁରରେ ସାମ୍ବାଦିକମାନଙ୍କୁ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ ମେଣ୍ଟରେ ସର୍ବାଧିକ ଆସନ ଜିତିଥିବା ଦଳ ଆଧାରରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସ୍ଥିର କରାଯିବ।
ତେବେ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଉପସ୍ଥାପନ କରୁଥିବା ଶିବସେନା (ୟୁବିଟି)କୁ ଏହା ପସନ୍ଦ ଆସିନାହିଁ।












Click it and Unblock the Notifications