ମୋଦି ହେବେ ନାହିଁ ପ୍ରଧାନମନ୍ତ୍ରୀ: ସଞ୍ଜୟ ରାଉତ
ମୁମ୍ବାଇ: ଗତକାଲି ଅର୍ଥାତି ମେ ୧୩ରେ ସରିଛି ଦେଶରେ ଚତୁର୍ଥ ପଯ୍ୟାୟ ନିର୍ବଚନ । ବାକି ପର୍ଯ୍ୟାୟ ନିର୍ବାଚନ ଗୁଡ଼ିକ ଲାଗି ଏବେ ଜୋରାଦାର ନେତା କରଉଛନ୍ତି ପ୍ରଚାର । ଆଉ ନିର୍ବାଚନୀ ମାହୋଲ ମଧ୍ୟରେ ଅଜିତ ପାୱାର ଦଳର ନେତା ସୁନୀଲ ତଟକରେ ଏକ ଘରୋଇ ଟେଲିଭିଜନ ଚ୍ୟାନେଲର କାର୍ଯ୍ୟକ୍ରମରେ ଦାବି କରିଛନ୍ତି ଯେ 'ଉଦ୍ଧବ ଠାକରେ ବିଜେପିରେ ଯୋଗଦେବାକୁ ଚାହୁଁଛନ୍ତି' । ଏବେ ତାଙ୍କର ଏଭଳି ବୟାନ ପେର ଦେଶରେ ରାଜନୈତିକ ମାହୋଲ ହୋଇଛି ଉଷ୍ମ ।
ଅନ୍ୟପଟେ ଶିବ ସେନା ଶିବସେନା (ୟୁବିଟି) ଏମପି ସଞ୍ଜୟ ରାଉତ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ରାଉତ କହିଛନ୍ତି ଯେ ଉଦ୍ଧବ ଠାକରେ ତାଙ୍କ କଥାରେ ଷ୍ଟିକ କରନ୍ତି । ଶିବସେନା ଆଦୌ ବିଜେପି ସହ ଯିବାକୁ ଚାହୁଁନାହାଁନ୍ତି । ସୁନୀଲ ତଟକରେଙ୍କ ଦାବି ଭୁଲ ଅଟେ ବୋଲି ସଞ୍ଜ କହିଛନ୍ତି । ରାଉତ ତଟକରେଙ୍କ ଦାବିକୁ ଭିତ୍ତିହୀନ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ତାଙ୍କ ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି କହିଛନ୍ତି ।

ଜୁନ ୪ପରେ ବିଜେପିର ଏକତା ପରୀକ୍ଷା କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ଇତିମଧ୍ୟରେ ମୋଦି ଆଉ ପ୍ରଧାନମନ୍ତ୍ରୀ ହେବେ ନାହିଁ ବୋଲି ରାଉତ ଦାବି କରିଛନ୍ତି । ରାଉତ ଆହୁରି କହିଛନ୍ତି ଯେ କ୍ଷମତାର ଅପବ୍ୟବହାର କରି କାହାକୁ ଜେଲରେ ରଖାଯାଇପାରିବ, କିନ୍ତୁ ଏହା ସ୍ଥାୟୀ ନୁହେଁ । ସେ ଏକନାଥ ଶିନ୍ଦେ ଏବଂ ଅଜିତ ପାୱାରଙ୍କୁ 'ବୁଲବୁଲେ' ସହିତ ତୁଳନା କରି ବିଜେପିର ଏକତା ଉପରେ ପ୍ରଶ୍ନ ଉଠାଇଥିଲେ ।
ସେ ଦାବି କରିଛନ୍ତି ଯେ ଶିନ୍ଦେ ଏବଂ ପାୱାର ନିର୍ବାଚନରେ କୌଣସି ଆସନ ପାଇବେ ନାହିଁ ଏବଂ ସେମାନଙ୍କ ଦଳ (ଏମଭିଏ) ୩୦ ରୁ ୩୫ ଟି ଆସନ ଜିତିବ । ରାଉତ ଆହୁରି କହିଛନ୍ତି ଯେ ସେ ତାଙ୍କୁ ସବୁକିଛି ଦେଇଥିବା ଦଳ ପାଇଁ ଲଢେଇ ଜାରି ରଖିବେ ଏବଂ ସେ କେବେ ବି ବିଜେପିର ପକ୍ଷ ରଖିବେ ନାହିଁ ।












Click it and Unblock the Notifications