ସଞ୍ଜୟଙ୍କୁ କଟାକ୍ଷ କଲେ ଏହି ନେତା , କହିଲେ ସେ ହେଉଛନ୍ତି ମହାରାଷ୍ଟ୍ରର ବଡ଼......
ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ନେତୃତ୍ବାଧୀନ ଶିବସେନା ନେତା ସଞ୍ଜୟ ରାଉତଙ୍କ ଉପରେ ବର୍ଷିଛନ୍ତି ସିନ୍ଦେ କ୍ୟାମ୍ପର ନେତା ସଞ୍ଜୟ ନିରୁପମ୍ । ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ 'ବଲି କା ବକ୍ରା' ବୋଲି କହିଥିଲେ ସଞ୍ଜୟ ରାଉତ । ଏହା ପରେ ତାଙ୍କୁ ଟାର୍ଗେଟ କରି ସଞ୍ଜୟ ନିରୁପମ କହିଛନ୍ତି, ସିନ୍ଦେ ଛେଳି ନୁହଁନ୍ତି, ସେ ସିଂହ । ସେ ଶିବସେନାକୁ ରକ୍ଷା କରିବାକୁ ପଣ କରିଛନ୍ତି ।'
ଯେଉଁଦିନ ପାଖରୁ ସଞ୍ଜୟ ରାଉତ ବକ୍ରି ଇଦ୍ ପାଳନ କରିଛନ୍ତି ତାଙ୍କ ଭାଷା ମଧ୍ୟ ସେହିଭଳି ହୋଇଯାଇଛି ବୋଲି କହିଛନ୍ତି ସଞ୍ଜୟ ରାଉତ । ଏକନାଥ ସିନ୍ଦେଙ୍କୁ ପ୍ରଶଂସା କରି ସଞ୍ଜୟ ନିରୁପମ କହିଛନ୍ତି ଯେ, ବାଲାସାହେବ ଠାକରେଙ୍କ ଦ୍ୱାରା ପ୍ରତିଷ୍ଠିତ ଶିବସେନା କଂଗ୍ରେସକୁ ବିକ୍ରି ହୋଇଯାଇଥିଲା । କିନ୍ତୁ ଏକନାଥ ସିନ୍ଦେ ସେହି ଶିବସେନାକୁ ପୁନର୍ଜୀବିତ କରିଛନ୍ତି ଏବଂ ଏହାର ପରିଚୟକୁ ବଞ୍ଚାଇ ରଖିଛନ୍ତି । ସଞ୍ଜୟ ରାଉତଙ୍କ ଆଡ଼କୁ ଇଙ୍ଗିତ କରି ଶିବସେନା ନେତା କହିଛନ୍ତି, 'ତୁମେମାନେ ଗୋମାଂସ ଭକ୍ଷଣକାରୀଙ୍କ ସହିତ ଠିଆ ହେଉଛ ଏବଂ ତା'ପରେ ଆମକୁ ବାଲା ସାହେବଙ୍କ ଆଦର୍ଶ ଶିଖାଉଛ? ଆମେ ବାଲା ସାହେବଙ୍କ ଚିନ୍ତାଧାରା କାର୍ଯ୍ୟକାରୀ କରୁଛୁ।'
କେବଳ ଏତିକି ନୁହେଁ ଶିବସେନା ନେତା ଆହୁରି କହିଛନ୍ତି ଯେ, ୨୦୨୨ ରୁ ଯେତେବେଳେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ଦେବେନ୍ଦ୍ର ଫଡନବିସ୍ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ, ସଞ୍ଜୟ ରାଉତ ପ୍ରତିଦିନ କହୁଥିଲେ ଆସନ୍ତା ମାସରେ ସରକାର ପତନ ହେବ । କିନ୍ତୁ ସରକାର ତା'ର କାର୍ଯ୍ୟକାଳ ପୂରଣ କଲା ଏବଂ ପୁଣି ଥରେ ଜିତିଲା । ଏହା ଜନସମର୍ଥନର ପ୍ରମାଣ ।

ସାମ୍ବାଦିକ ସମ୍ମିଳନୀରେ ସଞ୍ଜୟ ନିରୁପମ କହିଛନ୍ତି, 'ଆମକୁ ବିଧାୟକ କିଣିବାର ଅଭିଯୋଗ ଆସିଥିଲା । କିନ୍ତୁ ସତ୍ୟ ହେଉଛି ଆମର ଉପମୁଖ୍ୟମନ୍ତ୍ରୀ ସକାରାତ୍ମକ ରାଜନୀତିରେ ବିଶ୍ୱାସ କରନ୍ତି। ମହାରାଷ୍ଟ୍ରର ଲୋକମାନେ ୨୦ ପ୍ରତିଶତ ଷ୍ଟ୍ରାଇକ୍ ରେଟ୍ରେ ଚାଲୁଥିବା ଶିବସେନା (ୟୁବିଟି)କୁ ଜବାବ ଦେଇଛନ୍ତି। ସେମାନଙ୍କୁ କୁହାଯାଇଛି ଯେ, ଉଦ୍ଧବ ଠାକରେ ବାଲା ସାହେବଙ୍କୁ ବିଶ୍ୱାସଘାତକତା କରିଛନ୍ତି । ଯିଏ ମିଛ ପ୍ରଚାର କରନ୍ତି, ସେ ସଞ୍ଜୟ ରାଉତଙ୍କ ପରି ଫେକ୍ ନ୍ୟୁଜ୍ର ମୁଖ୍ୟ ହୋଇଯାଆନ୍ତି । ସେ ମହାରାଷ୍ଟ୍ରର ମହାମୁର୍ଖ ।'












Click it and Unblock the Notifications