ଡ଼ଙ୍ଗା ଚାଳକଙ୍କ ପାଇଁ ମୁଖ୍ୟମନ୍ତୀଙ୍କ ବଡ଼ ଘୋଷଣା , ଏତିକି ଲକ୍ଷ ଟଙ୍କାର ମିଳିବ ବୀମୀ
ଶେଷ ହୋଇଯାଇଛି ମହାକୁମ୍ଭ, ଶିବରାତ୍ରୀ ଦିନ ଶେଷ ବୁ଼ଡ ପକାଇଛନ୍ତି ଶ୍ରଦ୍ଧାଳୁ । ଶେଷ ଦିନରେ ସିଏମ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜରେ ପହଞ୍ଚିଛନ୍ତି । ତଥାପି ପ୍ରୟାଗରାଜର ତ୍ରୀବେଣୀ ସଙ୍ଗମରେ ପବିତ୍ର ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦୀତ୍ୟନାଥ ଅଧିକାରୀ, କର୍ମଚାରୀ ଏବଂ ସଂସ୍ଥାମାନଙ୍କୁ ସମ୍ନାନୀତ କରିବେ। ମହାକୁମ୍ଭର ସମାଗମ ପରେ ଯୋଗୀ ଡ଼ଙ୍ଗା ଚାଳକଙ୍କ ସହ ଆଲୋଚନା କରିଛନ୍ତି ।
ସିଏମ କହିଛନ୍ତି ପଞ୍ଜିକରଣ ପରେ ପ୍ରତ୍ୟେକ ଡଙ୍ଗା ଚାଳକଙ୍କୁ ୫ ଲକ୍ଷ ଟଙ୍କାର ବୀମା ଯୋଜନା ଦିଆ ଯିବ। ନଙ୍ଗା କିଣିବା ପାଇଁ ଧନରାଶୀ ଦିଆଯିବ। ଯେଉଁମାନଙ୍କ ପାଖରେ ସ୍ବାସ୍ଥ୍ୟବୀମା ନାହିଁ ତାଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ସେହିପରି ବିଶ୍ବର ସବୁଠାରୁ ବଡ ଧାର୍ମୀକ ଏବଂ ଆଧ୍ୟାତ୍ମିକ ସମାଗମ ମହାକୁମ୍ଭର ଅନ୍ତିମ ସ୍ନାନ ପର୍ବ ମହା ଶିବରାତ୍ରୀ ସହ ଶେଷ ହୋଇଛି ।
ତେଣୁ ମହାକୁମ୍ଭର ଆଜି ଔପଚାରିକ ଭାବେ ସମାପନ ହେଉଛି । ଏହି ଅବସରରେ ସିଏମ ଯୋଗୀ ପ୍ରୟାଗରାଜରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରୟାଗରାଜରେ ପହଞ୍ଚି ଗଙ୍ଗାର ଅରୈଲ ଘାଟ ସଫା କରୁଥିବାର ନଜର ଆସିଥିଲେ ।
ଏହା ପରେ ସିଏମ ଯୋଗୀ ମହାକୁମ୍ଭରେ ଲୋକଙ୍କୁ ସେବା କରୁଥିବା ସଫେଇକର୍ମଚାରୀ, ସ୍ବାସ୍ଥ୍ୟକର୍ମୀ ନାବିକଙ୍କୁ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ମହାକୁମ୍ଭରେ ସେବା ଦେଉଥିବା ସଫେଇକର୍ମଚାରୀଙ୍କୁ ୧୦ ହଜାର ଟଙ୍କା ବୋନସ ଦେବାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ମହାକୁମ୍ଭ ଲାଗିଥିବା ବେଳେ ପ୍ରତ୍ୟେକ ଦିନ କୋଟି କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇବା ପାଇଁ ଆସିଥାନ୍ତି । ୬୬ କୋଟି ୩୦ ଲକ୍ଷ ଶ୍ରଦ୍ଧାଳୁ ସମାଗମ ହୋଇଥିଲା ହେଲେ କୌଣସି ପ୍ରକାରର ଅପହରଣ ମାମଲା, ଲୁଟ୍ ଘଟଣା କିମ୍ବା ଅନ୍ୟ କୌଣସି ଘଟଣା ସାମ୍ନାକୁ ଆସି ନାହିଁ ।












Click it and Unblock the Notifications