ଅଳିଆ ଗାଡିରେ ମିଳିଲା ମୋଦି ଓ ଯୋଗୀଙ୍କ ଫଟୋ,କର୍ମଚାରୀ ସସପେଣ୍ଡ
ଅଳିଆ ଗାଡିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ । ମଥୁରା- ବୃନ୍ଦାବନ ନିଗମର ଅଳିଆ ଗାଡ଼ିରୁ ମିଳିଛି ଏହି ଫଟୋ । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ସଫେଇ କର୍ମଚାରୀଙ୍କୁ ବହିଷ୍କାର କରିଛି ନଗର ନିଗମ।
ଲକ୍ଷ୍ଣୌ: ଅଳିଆ ଗାଡିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ । ମଥୁରା- ବୃନ୍ଦାବନ ନିଗମର ଅଳିଆ ଗାଡ଼ିରୁ ମିଳିଛି ଏହି ଫଟୋ । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ସଫେଇ କର୍ମଚାରୀଙ୍କୁ ବହିଷ୍କାର କରିଛି ନଗର ନିଗମ।

ମଥୁରାର ସୁବାସ ଇଣ୍ଟର କଲେଜ ନିକଟରେ ଅଲବରରୁ ଆସିଥିବା ଜଣେ ଶ୍ରଦ୍ଧାଳୁ ନିଜ ଗାଡ଼ି ଅଟକାଇ ଅଳିଆ ମଧ୍ୟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ବାହାର କରିଥିଲେ । ତାହାକୁ ନିକଟରେ ଥିବା ଟ୍ୟାପ୍ ପାଣିରେ ଧୋଇଥିଲେ । ଆଉ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ନଗର ନିଗମର ଉଚ୍ଚପଦସ୍ଥ ଅଧିକାରୀ ସମ୍ପୃକ୍ତ ସଫେଇ କର୍ମଚାରୀଙ୍କୁ ବହିଷ୍କାର କରିଛନ୍ତି
ତେବେ ବହିଷ୍କୃତ ସଫେଇ କର୍ମଚାରୀ ବାବିଙ୍କ କହିବା ଅନୁସାରେ, ବହୁତ ସାରା ଅଳିଆ ମଧ୍ୟରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ସେ ଜାଣିନଥିଲେ । ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୋ ପିଲାଙ୍କ ପେଟକୁ ଲାତ ମରାଯାଇଛି । ପୂରା ଘଟଣା ବଖାଣିବା ପରେ ନ୍ୟାୟ ପ୍ରାର୍ଥନା କରିଛନ୍ତି। ଯେଉଁମାନେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଫୋପାଡ଼ିଛନ୍ତି ସେମାନେ ସଭ୍ୟ ସମାଜର ଶିକ୍ଷିତ ଲୋକ । ଯେଉଁମାନେ ଏଭଳି କଲେ ଏ ନେଇ ତଦନ୍ତ ହେବା ଆବଶ୍ୟକ ବୋଲି ମଥୁରା-ବୃନ୍ଦାବନର ମେୟର ଡା ମୁକେଶ ବନ୍ଧୁ ଆର୍ଯ୍ୟ କହିଛନ୍ତି ।












Click it and Unblock the Notifications