Get Updates
Get notified of breaking news, exclusive insights, and must-see stories!

ସାବଧାନ!ସାନିଟାରୀ ପ୍ୟାଡ ସୃଷ୍ଟି କରିପାରେ କ୍ୟାନ୍ସର

ସାନିଟାରୀ ପ୍ୟାଡ ସୃଷ୍ଟି କରିପାରେ କ୍ୟାନ୍ସର । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି ।

ନୂଆଦିଲ୍ଲୀ: ମାସିକ ଋତୁସ୍ରାବ ସମୟରେ ସାନିଟାରୀ ପ୍ୟାଡ ବ୍ୟବହାର କରିଥାନ୍ତି କିଶୋରୀ ଏବଂ ମହିଳା । ଦେଶରେ ପ୍ରାୟ ପ୍ରତି 4 ବାଳିକାଙ୍କ ଭିତରୁ ତିନି ଜଣ ସାନିଟାରୀ ପ୍ୟାଡ ବ୍ୟବହାର କରିଥାନ୍ତି । ତେବେ ଏହି ପ୍ୟାଡ ବ୍ୟବହାର କରିବାର କାରଣ ସ୍ବଚ୍ଛତା ବଜାୟ ରଖିବା । କିନ୍ତୁ ଏହି ସାନିଟାରୀ ପ୍ୟାଡ ଉପରେ ନିକଟରେ ହୋଇଥିବା ଅଧ୍ୟୟନରୁ ଜଣାପଡିଛି ଏକ ଚାଞ୍ଚଲ୍ୟକର ତଥ୍ୟ ।

pad
ଏହି ସାନିଟାରୀ ନାପକିନ ବ୍ୟବହାର କରିବା ଦ୍ବାରା କ୍ୟାନସର ଏବଂ ବନ୍ଧ୍ୟାତ୍ବର ଶିକାର ହୋଇପାରନ୍ତି ମହିଳା । ଅଧ୍ୟୟନରେ ସାମିଲ ଥିବା ଡାକ୍ତର ଅମିତ କହିଛନ୍ତି, ପ୍ରତିଟି ସ୍ଥାନରେ ସହଜରେ ମିଳୁଥିବା ସାନିଟାରୀ ପ୍ୟାଡରେ ରହିଛି କେମିକାଲ। ଯାହା ସ୍ବାସ୍ଥ୍ୟପକ୍ଷେ ହାନୀକାରକ । କାରସିନୋଜନ, ରିପ୍ରୋଡକ୍ଟିଭ ଟକ୍ସିସ, ଏଣ୍ଡୋକ୍ରାଇନ ଡିସରପ୍ଟର୍ସ ଏବଂ ଏଲରଜିନ୍ସ ମିଳିଥାଏ ।

ଦେଶରେ ସାନିଟାରୀ ପ୍ୟାଡ ବିକ୍ରି କରୁଥିବା 10ଟି ବ୍ରାଣ୍ଡର ଉତ୍ପାଦକୁ ସାମିଲ କରାଯାଇଛି । ନମୁନାରେ ଥ୍ୟାଲେଟ ମିଳିଛି । ଏହା କ୍ୟାନସର କୋଷିକା ତିଆରି କରିବାରେ ସାହାଯ୍ୟ କରିଥାଏ । ସାନିଟାରୀ ପ୍ୟାଡ୍ ଏକ ଆରାମଦାୟକ ବିକଳ୍ପ ଏବଂ ଭାରତରେ ମହିଳାମାନଙ୍କ ମଧ୍ୟରେ ସର୍ବାଧିକ ବ୍ୟବହୃତ ସାମଗ୍ରୀ ବୋଲି ବିଶ୍ୱାସ କରାଯାଉଥିବାବେଳେ, ସେମାନେ ସବୁଠାରୁ ସୁରକ୍ଷିତ ମନେ ହେଉନାହାଁନ୍ତି । ତଥାପି, ଏହାର ଅର୍ଥ ନୁହେଁ ଯେ ଆପଣ ଋତୁସ୍ରାବ ସମୟରେ କପଡା କିମ୍ବା ଖବରକାଗଜ ବ୍ୟବହାର କରିବେ । ଡକ୍ଟର ସିଦ୍ଧାର୍ଥ ଚେତାବନୀ ଦେଇଛନ୍ତି, ଏହା ଅସ୍ୱାସ୍ଥ୍ୟକର ଏବଂ ମହିଳାମାନଙ୍କୁ ବିଭିନ୍ନ ସଂକ୍ରମଣ ପ୍ରତି ସମ୍ବେଦନଶୀଳ କରିଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+