ଆର.ଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ଗିରଫ କଲା ସିବିଆଇ
ନୂଆଦିଲ୍ଲୀ : ଆରଜି କର ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଗିରଫ କଲା ସିବିଆଇ । ଦୁର୍ନୀତି ମାମଲାରେ ସନ୍ଦୀପଙ୍କୁ ଗିରଫ କରିଛି ସିବିଆଇ । ସନ୍ଦୀପଙ୍କୁ ଗିରଫ କରି ନିଜାମ ପ୍ୟାଲେସ ସ୍ଥିତ କାର୍ଯ୍ୟାଳୟକୁ ସିବିଆଇ ନେଇଥିବା ସୂଚନା ମିଳିଛି । ହସ୍ପିଟାଲରେ ସମ୍ଭାବ୍ୟ ଆର୍ଥିକ ହେରଫେରକୁ ନେଇ ସିବିଆଇ ତାଙ୍କ ବିରୋଧରେ ତଦନ୍ତ କରୁଥିଲା।
ବିଶେଷ କରି ରୋଗୀଙ୍କ ସେବା ପାଇଁ କିଣା ଯାଉଥିବା ସାମଗ୍ରୀରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା।
ଲଗାତାର ଅନେକ ଦିନ ଧରି ସିବିଆଇ ତାଙ୍କୁ ପଚରାଉଚରା କରୁଥିଲା। ପଚରାଉଚରା ବେଳେ ସନ୍ଦୀପ ଘୋଷ କ୍ରମାଗତ ଭାବରେ ନିଜର ବିବୃତ୍ତି ପରିବର୍ତ୍ତନ କରୁଥିଲେ ଏବଂ ଅନୁସନ୍ଧାନକାରୀ ସଂସ୍ଥା ତାଙ୍କ ବିବୃତ୍ତିରେ ସନ୍ତୁଷ୍ଟ ନଥିଲେ।













Click it and Unblock the Notifications