ସନ୍ଦେଶଖାଲିରେ ଦୁଷ୍କର୍ମ ମାମଲା: ଅଭିଯୋଗ ଫେରାଇ ନେଲେ ମହିଳା
Sandeshkhali Women Withdraw Rape Charges Agaist TMC Man: ପଶ୍ଚିମବଙ୍ଗ ସେନ୍ଦେଶଖାଲି ମାମଲା ନେଲା ନୂଆ ମୋଡ଼ । ଟିଏମସି ନେତା ଶେଖ ଶାହଜାହାଁଙ୍କ ବିରୋଧରେ ହୋଇଥିବା ଦୁଷ୍କର୍ମ ଅଭିଯୋଗକୁ ଫେରାଇ ନେଇଛନ୍ତି ଦୁଇ ମହିଳା । ଏପରିକି ଦୁଇ ମହିଳା କହିଛନ୍ତି, ତାଙ୍କୁ ଅଭିଯୋଗ କରିବା ପାଇଁ ଧମକ ଦିଆଯାଇଥିଲା ।

ରିପୋର୍ଟ ଅନୁସାରେ, ନିଜ ଅଭିଯୋଗ ଫେରାଇ ନେଇଥିବା ଦୁଇ ମହିଳା କହିଛନ୍ତି ସେମାନଙ୍କର ଯୌନ ଉତ୍ପୀଡନ ହୋଇନଥିଲା । ତାଙ୍କୁ ମିଥ୍ୟା ଅଭିଯୋଗ କରିବା ପାଇଁ ଧମକ ଦିଆଯାଇଥିଲା ଏବଂ ଏକ ଧଳା କାଗଜରେ ହସ୍ତାକ୍ଷର ନିଆଯାଇଥିଲା । ଦୁଇ ମହିଳା ଥାନାରେ ଏକ ମାମଲା ମଧ୍ୟ ରୁଜୁ କରିଛନ୍ତି ।
ସୂଚନାଥାଉ ଯେ, ସନ୍ଦେଶଖାଲି ମାମଲାରେ ଶେଖ ଶାହାଜାହାଁ ଓ ତାଙ୍କ କର୍ମୀଙ୍କ ବିରୋଧରେ କିଛି ମହିଳା ଅଭିଯୋଗ ଆଣିଥିଲେ । ଏଠାରେ ଲୋକଙ୍କୁଠୁ ଜୋରଜବରଦସ୍ତି ଜମି ହଡପ କରିବା ସହ ମହିଳାଙ୍କ ଯୌନ ଉତ୍ପୀଡନ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏପରି ଏହି ମାମଲାରେ ପୋଲିସ ଶେଖ ଶାହଜାହାଁଙ୍କୁ ଗିରଫ ମଧ୍ୟ କରାଯାଇଛି ।












Click it and Unblock the Notifications